Latest Odisha News

BREAKING NEWS

ଲଞ୍ଚ୍ ହେଲା ‘ଟାଟା ଟିଗୋର୍ ଇଲେକ୍ଟ୍ରିକ’ କାର୍…

ମୁମ୍ବାଇ: ଏବେ ସମଗ୍ର ବିଶ୍ୱ ବଜାରରେ ଇଲେକ୍ଟ୍ରିକ୍ ଯାନବାହନର ବେଶ୍ ଚାହିଦା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଟାଟା ମୋଟର୍ସ ପକ୍ଷରୁ ଲଞ୍ଚ୍ ହୋଇଛି ଟାଟା ଟିଗୋର୍ ଇଲେକ୍ଟ୍ରିକ୍ କାର ।

ପୂର୍ବରୁ ଟାଟା ମୋଟର୍ସ ପକ୍ଷରୁ ଗ୍ରାହକମାନଙ୍କ ଲାଗି ଟିଗୋର୍ ଇଭି ଉପଲବ୍ଧ ଥିଲା । ମାତ୍ର ଏହି ଭର୍ସନରେ ଇଲେକ୍ଟ୍ରିକ୍ ଯୋଗ କରାଯିବା ଫଳରେ ଗ୍ରାହକମାନେ ଏହି କାର୍ ପ୍ରତି ବେଶ୍ ଆକୃଷ୍ଟ ହୋଇପଡ଼ିଛନ୍ତି ।

ପୂର୍ବରୁ ଟିଗୋର୍ ଇଭିରେ ପାୱାରଟ୍ରେନ ଉପଲବ୍ଧ ନଥିଲା, ମାତ୍ର ଏବେ ଏହି ନୂତନ କାରରେ ରହିଛି ଏହି ସୁବିଧା ।

ଗ୍ରାହକମାନଙ୍କ ଲାଗି ଏହି ଟ୍ରିଗୋର୍ ଇଲେକ୍ଟ୍ରିକ୍ କାର ୩ଟି ଭେରିଆଣ୍ଟରେ ଉପଲବ୍ଧ ରହିଛି । ସେଗୁଡ଼ିକ ହେଲା – ଏଳ୍ସଇ + , ଏକ୍ସଏମ + ଏବଂ ଏକ୍ସ ଟି + କାର୍ । ଏହି କାରଟି ଏବେ ଭାରତର ୩୦ଟି ସହରରେ ବିକ୍ରି ଲାଗି ଉପଲବ୍ଧ ରହିବ । ଏହି କାରର ଦିଲ୍ଲୀରେ ଏକ୍ସ ଶୋ ମୂଲ୍ୟ ରହିଛି ୯ ଲକ୍ଷ ୪୪ ହଜାର ଟଙ୍କା । ଏହା ସରକାରଙ୍କ ଫେମ୍ ୨ ସବସିଡ଼ି ଅନ୍ତର୍ଭୃକ୍ତ ।

ଟିଗୋରର ଏହି ନୂଆ ଭର୍ସନରେ ୨୧.୫ କିଲୋୱାଟ ବ୍ୟାଟେରୀ ସଂଯୁକ୍ତ ରହିଛି । ଏହାର ରେଞ୍ଜ ରହିଛି ୨୧୩ କିଲୋମିଟର । ପୂର୍ବ ଟିଗୋର କାର୍ ଅପେକ୍ଷା ଏହା ୭୧ କିଲୋମିଟର ଅଧିକ ।

ଏହି ନୂଆ କାର୍ ଲଞ୍ଚ ହେବା ଅବସରରେ ଟାଟା ମୋଟର୍ସ ଲିମିଟେଡ଼ ଇଲେକ୍ଟ୍ରିକ୍ ଭେହିକିଲ ବିଜିନେସର ସେଲ୍ସ, ମାର୍କେଟିଂ ଏବଂ କଷ୍ଟମର୍ ସର୍ଭିସ ମୁଖ୍ୟ ଆଶୀଷ ଧୀର ‘ଓଡ଼ିଶା ସମ୍ବାଦ’କୁ କହିଛନ୍ତି, “ଗ୍ରାହକମାନଙ୍କ ନିକଟରେ ବେଶ୍ ପ୍ରଶଂସା ଲାଭ କରିଥିବା ‘ଟିଗୋର ଇଭି’ର ଏହି କାରଟି ହେଉଛି ନୂଆ ସଂସ୍କରଣ । ଏହି ନୂତନ କାର ଲଞ୍ଚ ହେବା ଫଳରେ ଭାରତୀୟ ଗ୍ରାହକମାନଙ୍କର ଚାହିଦାକୁ ପୂରଣ କରିବା ସହିତ କମ୍ପାନୀ ମଧ୍ୟ ତାହାର ପ୍ରତିଶ୍ରୁତି ପୂରଣ କରିପାରିଛି ।”

ଟାଟା ମୋଟର୍ସ ପକ୍ଷରୁ ଲଞ୍ଚ୍ ହୋଇଥିବା ଏହି ନୂତନ କାରଟି ଭାରତୀୟ ବଜାରରେ ଭଲ ବିକ୍ରି କରିପାରିବ ବୋଲି କମ୍ପାନୀ ପକ୍ଷରୁ ଦୃଢ ଆଶା ପୋଷଣ କରାଯାଇଛି ।

Leave A Reply

Your email address will not be published.