Latest Odisha News

BREAKING NEWS

ଆରମ୍ଭ ହେଲା ରାଜଧାନୀରେ ଭସାଣୀ ଉତ୍ସବ, ଜାଣନ୍ତୁ ଟ୍ରାଫିକ କଟକଣା

ଭୁବନେଶ୍ୱର: ପବିତ୍ର ବିଜୟା ଦଶମୀର ପରିସମାପ୍ତି ପରେ ଏବେ ମା’ ଦୁର୍ଗାଙ୍କୁ ବିଦାୟ ଦେବା ପାଇଁ ସାରା ରାଜ୍ୟ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଭସାଣୀ ଉତ୍ସବ ଲାଗି ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଏକ ପରାମର୍ଶ ମୂଳକ ସୂଚନା ଜାରି ହୋଇଛି ।

ଭୁବନେଶ୍ୱରରେ ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟା ନଦୀ ତଟରେ କୃତ୍ରିମ ପୋଖରୀ ପ୍ରସ୍ତୁତ କରାଯାଇଛି । ସୂଚନା ଅନୁଯାୟୀ ବିଭିନ୍ନ ପୂଜାମଣ୍ଡପରୁ ମୂର୍ତ୍ତିଗୁଡିକ ଆସି ସହିଦ ନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖର ପୁର ସ୍ଥିତ ପଡିଆରେ ଏକାଠି ହେବେ । ପରବର୍ତ୍ତୀ ସମୟରେ ଯାଇ ଭସାଣ ଉତ୍ସବ ଆରମ୍ଭ ହେବା ନେଇ ସୁତ୍ରରୁ ପ୍ରକାଶ ।

ଏହି ୫ ଦିନିଆ ଦୁର୍ଗାପୂଜାର ସମାପନ ସମାରୋହକୁ ସୂଚାରୁ ରୂପେ ପରିଚାଳନା କରିବା ଲାଗି ଆଜି ଦ୍ୱିପ୍ରହର ୩ଟାରୁ ରାତି ୧ଟା ମଧ୍ୟରେ ଟ୍ରାଫିକ୍ କଟକଣା ବଳବତ୍ତର ରହିବ ।

ଟ୍ରାଫିକ କଟକଣା ଯୋଗୁଁ ରାଜଧାନୀବାସୀ କେଉଁ ରାସ୍ତାରେ ଯାତାୟାତ କରିବେ ଜାଣନ୍ତୁ:

କଟକଣା ଅନୁଯାୟୀ ଭୁବନେଶ୍ୱର ଭସାଣୀ ଉତ୍ସବ କମିଟି ସହୀଦ ନଗରରୁ ପ୍ରସେସନରେ ବାହାରିବ ।

ତଦନୁଯାୟୀ ବାଣୀ ବିହାରରୁ ରୂପାଲି ଛକ ଯାଉଥିବା ଗାଡିଗୁଡିକୁ ବାଣୀବିହାରରୁ ଆଚାର୍ଯ୍ୟ ବିହାର ପଟେ ଡାଇଭର୍ଟ କରାଯିବ ।

ଏପରିକି ଜନପଥ ରାସ୍ତାରେ କୌଣସି ପ୍ରକାରର ଯାନବାହାନକୁ ଚଳାଚଳ ଅନୁମତି ଦିଆଯିବ ନାହିଁ । ସମସ୍ତ ଗାଡିକୁ ସଚିବାଳୟ ମାର୍ଗ ତଥା ନିକଟବର୍ତ୍ତୀ ଅନ୍ୟ ରାସ୍ତାରେ ଚଳାଚଳ କରାଯିବ ।

ସେହିପରି ନୟାପଲ୍ଲୀର ରାଜଧାନୀ ମନ୍ଦିର ସୁରକ୍ଷା ଭସାଣୀ କମିଟି ନୟାପଲ୍ଲୀରୁ ପ୍ରସେସନରେ ବାହାରିବ ।

ତଦନୁଯାୟୀ ସିଆରପି ଛକରୁ କଟକ ଅଭିମୁଖେ ଯାଉଥିବା ଗାଡିଗୁଡିକୁ ସିଆରପି ଛକରୁ ଜୟଦେବ ବିହାରକୁ ଏକାମ୍ର ପାର୍କ ଓ ବିଜୁ ପଟ୍ଟନାୟକ କଲେଜ ଦେଇ ଡାଇଭର୍ଟ କରାଯିବ ।

Leave A Reply

Your email address will not be published.