Latest Odisha News

BREAKING NEWS

ପତ୍ରରେ ୧୨ ସ୍ମାରକୀର କଳାକୃତି ଆଙ୍କି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଭରତ

ପାଟନା: ପାଟନାର ଭରତଜିତ ମାହୋତାଙ୍କ ପତ୍ର କଳାକୃତି ଏବେ ଚର୍ଚ୍ଚାର କାରଣ ସାଜିଛି । ୨୩ ବର୍ଷୀୟ ଭରତଜିତ ଦେଶର ୧୨ ସ୍ମାରକୀକୁ ପତ୍ର ଉପରେ ସାଂଉଟି ଆଣିଥିଲେ । ଏହି ଚମତ୍କାର କଳାକୃତି ଯୋଗୁ ସେ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଲକଡାଉନ ସମୟରେ ସୋସିଆଲ ମିଡିଆରେ ସେ ଏହା କଳାକୁ ଅନୁସରଣ କରିବା ଆରମ୍ଭ କରିଥିଲେ । ୪ ମାସ ମଧ୍ୟରେ ସେ ଏଥିରେ ସିଦ୍ଧହସ୍ତ ହୋଇଗଲେ କହିଲେ ଭୁଲ ହେବନି ।

ବିଭିନ୍ନ ଗଛର ପତ୍ରକୁ ବ୍ଲେଡରେ କାଟି ସେ ଏହା ପ୍ରସ୍ତୁତ କରୁଥିଲେ । ତାଜମହଲ, ଇଣ୍ଡିଆଗେଟ, ଚାରମୀନାର, ଲୋଟସ ଟେମ୍ପୁଲ, କୁତବ ମୀନାର ପରି କଳାକୃତି ସେ ଆଙ୍କିଛନ୍ତି । ଏସିଆ ବୁକ ଅଫ ରେକର୍ଡସରେ କଲଚର, କ୍ରିଏଟିଭ, ଟେକ୍ନୋଲୋଜି, ମେମୋରିଆଲ ସ୍କିଲ ପରି ବିଭାଗରେ କଳାକାରଙ୍କୁ ପୁରସ୍କୃତ କରାଯାଇଥାଏ ।

Leave A Reply

Your email address will not be published.