Latest Odisha News

BREAKING NEWS

୧୦୬ ବର୍ଷ ବୟସରେ ବି ବୃଦ୍ଧା ଆଙ୍କୁଛନ୍ତି ସୁନ୍ଦର ଟାଟୁ

ଫିଲିପାଇନ୍ସ: ସାଧାରଣତଃ ୭୦-୮୦ ବର୍ଷ ବୟସ ପରେ ଲୋକଙ୍କ ଅବସ୍ଥା ଏପରି ହୋଇଯାଏ ଯେ, ସେମାନେ ଠିକ୍ ଭାବେ ଉଠିବା, ବସିବା ଏବଂ ଚାଲି ପାରନ୍ତି ନାହିଁ । ବିଶେଷକରି ଆଖି ଏବଂ କାନର ଶକ୍ତି ବହୁତ ଦୁର୍ବଳ ହୋଇଯାଏ । ତଥାପି, ଜଣେ ମହିଳା ଅଛନ୍ତି ଯିଏ ୧୦୬ ବର୍ଷ ବୟସରେ ମଧ୍ୟ ଟାଟୁ କରିବା ଭଳି ନିଖୁଣ କାମ କରିପାରନ୍ତି । ଯେଉଁ ବୟସରେ ଶଯ୍ୟାରେ ବିଶ୍ରାମ ନେବା କଥା ସେ ବୟସରେ ଏପରିକାର୍ଯ୍ୟ କରି ବୃଦ୍ଧା ଜଣକ ଏବେ ଚର୍ଚ୍ଚାରେ । ଯିଏ ତାଙ୍କୁ ସୋସିଆଲ ମିଡିଆରେ ଏହି କାମ କରୁଥିବାର ଦେଖିଲେ, ସେ ତାଙ୍କର ପ୍ରଶଂସକ ପାଲଟିଗଲେ ।

ଫିଲିପାଇନ୍ସରେ ରୁହନ୍ତି ୱାଙ୍ଗ ଅଡ । ବୟସ ୧୦୬ ବର୍ଷ । ସେ ଜଣେ ଟାଟୁ ଆର୍ଟିଷ୍ଟ । ତାଙ୍କୁ ଯେତେବେଳେ ମାତ୍ର ୧୬ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଟାଟୁ କରିବା ଆରମ୍ଭ କରିଥିଲେ । ଲୋକମାନେ ତାଙ୍କୁ ମାରିଆ ଆଗେ ନାମରେ ମଧ୍ୟ ଜାଣିଛନ୍ତି । ସେ ତାଙ୍କ ବାପାଙ୍କଠାରୁ ସ୍ୱତନ୍ତ୍ର ଟାଟୁ କରିବାର ପାରମ୍ପାରିକ ପଦ୍ଧତି ଶିଖିଥିଲେ । ସେ ଏହି ଟାଟୁଗୁଡ଼ିକୁ ବାସ୍କାଲାନ୍ ନାମକ ଏକ ଗାଁରେ କରୁଥିଲେ, ସ୍ଥାନୀୟ ଭାଷାରେ ଯାହାକୁ ମମ୍ବାଟୋକ କୁହାଯାଏ । ୱାଙ୍ଗଙ୍କର ଏକ ଭିଡ଼ିଓ ରାହୁଲ ନାମକ ଜଣେ ଯୁବ ଟାଟୁ ଆର୍ଟିଷ୍ଟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ ହୋଇଛି ।

ୱାଙ୍ଗ ଓଡ ଟାଟୁ କରିବା ପଦ୍ଧତି ସମସ୍ତଙ୍କଠାରୁ ଭିନ୍ନ । ଟାଟୁ ସମୟରେ ଗ୍ରାହକଙ୍କୁ ନିଜ ଉପରେ ବସାଇ ଟାଟୁ ଆରମ୍ଭ କରିଥାନ୍ତି । ବାଉଁଶ ଏବଂ ଏକ ସ୍ୱତନ୍ତ୍ର ଯନ୍ତ୍ର ବ୍ୟବହାର କରି ସେ ପ୍ରଥମେ ୩ ଟି ବିନ୍ଦୁ ତିଆରି କରନ୍ତି । ପରେ ବିଭିନ୍ନ ପ୍ରକାର ଟାଟୁ କରିଥାନ୍ତି । ଏହି ବୟସରେ ମଧ୍ୟ ତାଙ୍କ ହାତର ଯାଦୁରେ ସେ ବହୁତ ସୁନ୍ଦର ଭାବେ ଟାଟୁ ତିଆରି କରିପାରନ୍ତି ।

Comments are closed.