Latest Odisha News

ଲାଇଭ କନ୍ସର୍ଟରେ ଗାୟକଙ୍କ ଉପରକୁ ଜୋତା ମାଡ଼ !

ମୁମ୍ବାଇ: ଲାଇଭ କନ୍ସର୍ଟରେ ଗାୟକଙ୍କ ଉପରକୁ ଜୋତା ମାଡ଼। ଲାଇଭ କନ୍ସର୍ଟରେ ଲୋକପ୍ରିୟ ପଞ୍ଜାବୀ ଗାୟକ କରଣ ଔଜଲାଙ୍କ ଉପରକୁ ଜୋତା ଫିଙ୍ଗିଲେ ଜଣେ ବ୍ୟକ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗାୟକ ଷ୍ଟେଜ୍‌ରେ ପରଫମାନ୍ସ କରୁଥିବାବେଳେ ଜଣେ ବ୍ୟକ୍ତି ତାଙ୍କ ଉପରେ ଜୋତା ଫୋପାଡୁଛନ୍ତି। ତେବେ ଏହି ଲାଇଭ୍ ସୋ ଲଣ୍ଡନରେ ଚାଲିଥିଲା। କରଣ ଔଜଲା ନିକଟରେ ‘ହୁସ୍‌ନ୍ ତେରା ତୌବା ତୌବା’ ଗୀତ ଗାଇ ବେଶ୍ ପ୍ରଶଂସା ସାଉଟିଥିଲେ।

ଏହି କନସର୍ଟରେ ଜଣେ ବ୍ୟକ୍ତି ତାଙ୍କ ଉପରେ ଜୋତା ଫିଙ୍ଗିଥିଲେ। ଜୋତା ଗାୟକଙ୍କ ମୁହଁକୁ ବାଜିଥିଲା। ତେବ ଏହି ଭିଡିଓ ବର୍ତ୍ତମାନ ଦୃତଗତିରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖି ପ୍ରଶଂସକମାନେ ସେହି ବ୍ୟକ୍ତିଙ୍କୁ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଭିଡିଓରେ ଜଣେ ୟୁଜର୍ସ କହିଛନ୍ତି ଏହା ଅତ୍ୟନ୍ତ ଅପମାନଜନକ । ସେହିପରି ଆଉ ଜଣେ ୟୁଜର୍ସ କହିଛନ୍ତି ଯେ, ସେ ଜଣେ ଛପରି। ଆଉ ଜଣେ କହିଛନ୍ତି ,ଆଜିକାଲି ଧ୍ୟାନ ଆକର୍ଷଣ କରିବା ପାଇଁ ଜଣେ ଗାୟକଙ୍କ ନିକଟରେ ଏହି ଜିନିଷ ଫିଙ୍ଗିବାର କାରଣ କଣ?

ଏହି ଘଟଣାକୁ ନେଇ ଗାୟକ କରଣ ଔଜଲା ମଧ୍ୟ କ୍ରୋଧିତ ହୋଇଥିଲେ ଏବଂ ନିଜେ ମଞ୍ଚରୁ ତାଙ୍କୁ ଗାଳି କରିବା ଆରମ୍ଭ କରିଥିଲେ। ଜୋତାକୁ ସେହି ବ୍ୟକ୍ତିଙ୍କ ନିକଟକୁ ଫୋପାଡିଥିଲେ। ପ୍ରଶଂସକମାନେ ଗାୟକଙ୍କ ଏହି ବ୍ୟବହାରକୁ ପ୍ରଶଂସା କରୁଛନ୍ତି। ବର୍ତ୍ତମାନ ଏହି ଭିଡିଓ ଖୁବ୍‌ ଭାଇରାଲ୍ ହେଉଛି। ସାଧାରଣ ଲୋକଙ୍କ ସହ ଅନେକ ବଡ ବଡ ସେଲିବ୍ରିଟିମାନେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Leave A Reply

Your email address will not be published.