Latest Odisha News

BREAKING NEWS

ଜାତୀୟ ରାଜପଥରେ ନକଲି ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଥିବା ଟ୍ୟାକ୍ସି ଚାଳକ ଗିରଫ

ବଲାଙ୍ଗୀର: ଜିଲ୍ଲାରେ ଜଣେ ଟ୍ୟାକ୍ସି ଚାଳକଙ୍କୁ ମଙ୍ଗଳବାର ଜାତୀୟ ରାଜପଥରେ ନକଲି ପିସ୍ତଲ ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ରାଜୁ ମାଝୀ, ଯିଏକି ବିବେକାନନ୍ଦ ପତି ନାମକ ଜଣେ ବ୍ୟକ୍ତିଙ୍କର ଏକ ଘରୋଇ ଗାଡ଼ି ଚଳାନ୍ତି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ମିଳିଥିବା ସୂଚନା ଅନୁଯାୟୀ, ଗାଇଁତଲାସ୍ଥିତ ରାମେଶ୍ୱର ଗାର୍ଡେନ୍ ହୋଟେଲରେ ରାଜୁ ମାଝୀ ପ୍ରବେଶ କରି ଏୟାର ପିସ୍ତଲ ଧରି ହୋଟେଲ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। ସେ ହୋଟେଲର ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷକୁ ଏଣେତେଣେ ଫିଙ୍ଗିଦେବା ସହ ଭଙ୍ଗାରୁଜା କରିଥିଲେ। ପରବର୍ତ୍ତୀ ସମୟରେ, ସେ ଏନ୍ଏଚ୍କୁ ଆସି ଜଣେ ବୋଲେରୋ ଚାଳକଙ୍କୁ ଗାଡ଼ି ଅଟକାଇବା ପାଇଁ ଧମକ ଦେବା ସହ ହାଇଜାକ୍ କରିବାକୁ ଉଦ୍ୟମ କରିଥିଲେ। ନକଲି ପିସ୍ତଲ ଦେଖାଇ ତାଙ୍କ ଉପରକୁ ଖାଲି ଆକଶକୁ ବନ୍ଧୁକ ଦେଖାଇ ଫାଇରିଂ କରିଥିଲେ।

ସୂଚନା ମିଳିଛି, ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ୱରେ ସଶସ୍ତ୍ର ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପ ଅବସ୍ଥାରେ ଡ୍ରାଇଭରକୁ ଅଟକାଇଥିଲେ। ଘଟଣାସ୍ଥଳରୁ ଅଭିଯୁକ୍ତ ଟ୍ୟାକ୍ସି ଚାଳକକୁ ଗିରଫ କରାଯାଇଛି। ତା’ ନିକଟରୁ ନକଲି ବନ୍ଧୁକ ଜବତ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଓ ତା’ର ଦୁଇ ସହଯୋଗୀଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ବୋଲି ଏସଡିପିଓ ତୋଫାନ ବାଗ କହିଛନ୍ତି।

Leave A Reply

Your email address will not be published.