Latest Odisha News

BREAKING NEWS

କରୋନା ଲକ୍ଷଣ ଥାଇ ଶିକ୍ଷକଙ୍କ ମୃତ୍ୟୁ, ପୂର୍ବରୁ କରୋନା ନେଇଥିଲା ଜଣେ ଶିକ୍ଷକଙ୍କ ପ୍ରାଣ

ବୁଗୁଡ଼ା: ମହାମାରୀ କରୋନା ତାଣ୍ଡବ ଥମୁନି । ମୃତ୍ୟୁର ଫାଶରେ ବାନ୍ଧୁଛି ମହାମାରୀ । କରୋନା ଲକ୍ଷଣ ଥାଇ ବ୍ରହ୍ମପୁର ବଡ଼ ମେଡିକାଲରେ ଆଉ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ବୁଗୁଡା ବ୍ଲକ କୁଶପଲ୍ଲୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଟି.ମୂରଲୀ ଆଖି ବୁଜିଛନ୍ତି । ଜର ଓ କାଶ ହେବା ଯୋଗୁଁ ଟି. ମୂରଲୀ ପରିବାର ସହ ଗୋପାଳପୁରକୁ ଯାଇ କୋଭିଡ୍ ଟେଷ୍ଟ କରାଇଥିଲେ ।

ହଠାତ୍ ତାଙ୍କର ଅମ୍ଲଜାନ ସ୍ତର କମିବା ଯୋଗୁଁ ରାତିରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲର କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅମ୍ଳଜାନ ଦେବାପରେ ଟିକେ ସୁସ୍ଥ ଅନୁଭବ କରିଥିଲେ ସେ । ଏନେଇ କୁଶପଲ୍ଲୀର ଶିକ୍ଷକଙ୍କ ସହ ଫୋନରେ କଥା ହୋଇଥିଲେ ଟି.ମୂରଲୀ । ଆଉ ତାର ମାତ୍ର ଘଣ୍ଟାଏ ପରେ କାଜୁଆଲଟିରେ ହିଁ ଟି.ମୁରଲୀ ଙ୍କ ପ୍ରାଣବାୟୁ ଚାଲିଯାଇଛି ।

ପୂର୍ବରୁ ମେ ୬ରେ ବୁଗୁଡ଼ା ବ୍ଳକର ଭାଗବାନପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ ଯୁବ ଶିକ୍ଷକ କୋଭିଡରେ ପ୍ରାଣ ହରାଇଥିଲେ । ଏବେ କୋଭିଡ୍ ଲକ୍ଷଣ ଥାଇ ଆଉ ଜଣେ ଶିକ୍ଷକଙ୍କ ମୃଚ୍ୟୁ ହୋଇଛି । ତେବେ ଟି.ମୂରଲୀଙ୍କ ରିପୋର୍ଟ ଆସିନଥିବାରୁ ସେ ସଂକ୍ରମିତ କି ନୁହେଁ ଜଣାପଡ଼ିନାହିଁ । ଖବର ପ୍ରଚାରିତ ହେବାପରେ ଶିକ୍ଷକ ମହଲ ସହ କୁଶପଲ୍ଲୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଇଓ ପ୍ରଶନ କୁମାର ବେହେରା, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ଶିକ୍ଷକ ସଂଘର କର୍ମକର୍ତ୍ତା ବୃନ୍ଦ ସମବେଦନା ପ୍ରକାଶ କରିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।

Leave A Reply

Your email address will not be published.