Latest Odisha News

୨୭ ବର୍ଷ ହେଲା ଧାରଣାରେ ବସିଛନ୍ତି ଶିକ୍ଷକ : ପୂରଣ ହେଉନି ଦାବି

ନିଜର ଅଧିକାର ପ୍ରସଙ୍ଗରେ ଦାବି ଉପସ୍ଥାପନା ପାଇଁ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ ଲାଗି ସଂଗଠନ କିମ୍ବା ବ୍ୟକ୍ତିବିଶେଷ ଧାରଣାରେ ବସିବା ସ୍ୱାଭାବିକ । ଏମିତି ଘଟଣା ନିୟମିତ ଭାବେ ଆମ ସାମ୍ନାକୁ ଆସେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନିଜର ଦାବି ପୂରଣ ପାଇଁ ୨୭ ବର୍ଷ ହେଲାଣି ଧାରଣାରେ ବସି ଆସିଛନ୍ତି । ତାଙ୍କ ଆଗରେ ଗୋଟିଏ ଲକ୍ଷ୍ୟ ଦିନେ ନା ଦିନେ ତାଙ୍କ ଦାବି ସରକାରଙ୍କ ପାଖରେ ପହଞ୍ôଚବ ଓ ତାଙ୍କୁ ନ୍ୟାୟ ମିଳିବ । ଘଟଣାଟି ଉତ୍ତରପ୍ରଦେଶର ।

ଦିନେ କିମ୍ବା ଦୁଇଦିନ ନୁହେଁ, ଅଥବା ୧୫ ଦିନ କି ମାସକ ପର୍ଯ୍ୟନ୍ତ ନୁହେଁ । ନିଜର ଦାବି ପୂରଣ ପାଇଁ ୨୭ ବର୍ଷ ହେଲା ଧାରଣାରେ ବସିଥିବା ଶିକ୍ଷକ ଜଣକ ହେଉଛନ୍ତି ବିଜୟ ସିଂ । ଉତ୍ତର ପ୍ରଦେଶର ଶିକ୍ଷକ ବିଜୟ, ଜମି ମାଫିଆଙ୍କୁ ବିରୋଧ କରି ୧୯୯୬ ମସିହାରୁ ଧାରଣାରେ ବସିଛନ୍ତିି । ତାଙ୍କର ଉତ୍ତର ପ୍ରଦେଶର ଶାମଲି ଜିଲା ଚଉସିନା ଗାଁରେ ରହିଛି ୪ ହଜାର ଏକର ଜମି । ଏହାକୁ ଜମି ମାଫିଆମାନେ ଜବରଦଖଲ କରିନେଇଛନ୍ତି । ସେବେଠାରୁ ସେ ମାଫିଆଙ୍କୁ ବିରୋଧ କରି ଧାରଣାରେ ବସି ରହିଛନ୍ତି । ଏହି ୨୭ ବର୍ଷ ଭିତରେ ତାଙ୍କ ଅଭିଯୋଗ ଉପରେ ଅନେକ ତଦନ୍ତ ହୋଇଥିଲେ ବି ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନି । ବିଜୟଙ୍କ କହିବା ଅନୁସାରେ, ବର୍ତ୍ତମାନର ବଜାର ଦର ଅନୁସାରେ ତାଙ୍କର ପ୍ରାୟ ୭୦୦ କୋଟି ଟଙ୍କା ମୂଲ୍ୟର ଜମି ମାଫିଆଙ୍କ ନିୟନ୍ତ୍ରଣରେ ରହିଛି । ଜବରଦଖଲ ହୋଇଥିବା ଜମିକୁ ଫେରାଇ ଆଣିବାକୁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଛନ୍ତି ବିଜୟ । ଭାରତୀୟ କିଷାନ ୟୁନିୟନ ସଭାପତି ତାଙ୍କର ଏହି ଉତ୍ସର୍ଗୀକୃତକୁ ପ୍ରଶଂସା କରି ଏକ ଟୁଇଟ୍ କରିଛନ୍ତି । ଏହା ଯୁବପିଢି ପାଇଁ ପ୍ରେରଣା ବୋଲି ସେ ମତ ରଖିଛନ୍ତି । ବିଜୟ ଏନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ ମଧ୍ୟ ଘଟଣାର କୌଣସି ସମାଧାନ ହୋଇନାହିଁ । ତଥାପି ଆଶା ହରାଇ ନାହାନ୍ତି ବିଜୟ ।

Leave A Reply

Your email address will not be published.