Latest Odisha News

BREAKING NEWS

ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି, ବିଜେପି ମୁହାଁମୁହିଁ; ବିଜେପି କହିଲା ‘ନାଟକ କରୁଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର: ଗ୍ୟାସ ଭଳି ପଦାର୍ଥର ଦର ଅନ୍ତର୍ଜାତୀୟ ବଜାରର ସ୍ଥିର କରିଥାଏ । ଏଥିରେ ମୋଦf ସରକାରଙ୍କ କୌଣସି ଭୂମିକା ନାହିଁ । ଏ କଥାକୁ କଣ ବିଜୁ ଜନତା ଦଳର ନେତାନେତ୍ରୀ ଜାଣନ୍ତିନି କି? ଗ୍ୟାସ ଉପରେ ସର୍ବାଧିକ ଟିକସ ରାଜ୍ୟ ସରକାର ନେଉଛନ୍ତି । ତେଣୁ ପ୍ରଥମେ ରାଜ୍ୟ ସରକାର ସିଂହଭାଗ ଟିକସ ଛାଡ କରନ୍ତୁ । ରାଜ୍ୟ ସରକାର ଏଠି ଡ୍ରାମା ନକରି ସାହସ ଅଛିତ ଗ୍ୟାସ ଭଳି ପଦାର୍ଥକୁ ଜିଏସ୍‌ଟି କାଉନସିଲ୍‌ରେ ଦାବି ଉପସ୍ଥାପନ କରନ୍ତୁ ବୋଲି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି ।

ନିରୁଙ୍କଶ ଶାସନ କ୍ଷମତାରେ ରହି ସୁଦ୍ଧା ଆଳୁ, ପିଆଜ ଭଳି ନିତିଦିନିଆ ଅତ୍ୟାବଶ୍ୟକୀୟ ଘରୋଇ ଜିନିଷର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିଜେଡି ସରକାରଙ୍କ ଦରଦାମ ବୃଦ୍ଧି ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଷଡଯନ୍ତ୍ରକୁ ଲୁଚେଇବା ପାଇଁ ବିଜୁ ଜନତା ଦଳ ଗ୍ୟାସ ବଢ଼ିବାର ନୂଆ ନାଟକ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜୁ ଜନତା ଦଳର ନେତାନେତ୍ରୀଙ୍କ ଏଭଳି ଡ୍ରାମା ରାଜନୈତିକ ଅପରିପକ୍ୱତାକୁ ଦର୍ଶାଉଛି ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

ଦେଶରେ ରୋଷେଇ ଗ୍ୟାସର ଚାହିଦାକୁ ପୂରଣ କରିବା ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଭାରତବର୍ଷ । ଆନ୍ତର୍ଜାତୀୟ ସ୍ତରରେ ନିର୍ଦ୍ଧାରିତ ହେଉଥିବା ଦରକୁ ନେଇ ରୋଷେଇ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ କରାଯାଏ । ଏହି କାରଣରୁ ଗ୍ୟାସ ଦର ତଳ ଉପର ହୋଇଥାଏ । ଗ୍ୟାସ ଭଳି ପଦାର୍ଥର ଦରଦାମ ଉପରେ ସରକାରଙ୍କ କୈାଣସି ନିୟନ୍ତ୍ରଣ ନଥାଏ । ଏହି କ୍ରମରେ ବର୍ତମାନ ଗ୍ୟାସ ମୂଲ୍ୟରେ ବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ହ୍ରାସ ମଧ୍ୟ ପାଇବ । ଏହା ଏକ ନିରନ୍ତର ପ୍ରକ୍ରିୟା । ଦରଦାମ ବୃଦ୍ଧି ନେଇ ବିଜେଡିର ଅଭିଯୋଗର କୈାଣସି ଭିତିଭୂମି ନାହିଁ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

Leave A Reply

Your email address will not be published.