Latest Odisha News

ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ

ଋଣ ସୁଝିବାକୁ ଟଙ୍କା ନ ଦେବାରୁ ହତ୍ୟାକାଣ୍ଡ

ଭୁବନେଶ୍ୱର: ରାଜଧାନୀରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବାପାକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କଲା ପୁଅ। ପୁଅ ଅନିରୁଦ୍ଧ ଚୌଧୁରୀ ଏକ ଘରୋଇ ଲ’ କଲେଜରେ ଜଣେ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି।

ତେବେ ମୃତ ବାପା ସୁନୀଲ ଚୌଧୁରୀ ନାଲକୋରେ ଜଣେ ଅବସରପ୍ରାପ୍ତ ଉଚ୍ଚ ପଦସ୍ଥ ଅଧିକାରୀ ଥିଲେ।

ଅପରପକ୍ଷେ ଖବର ପାଇ ମଞ୍ଚେଶ୍ୱର ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ତେବେ ଡିସିପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, ପୁଅ ଅନିରୁଦ୍ଧ ଋଣ ବୋଝରେ ବୁଡି ରହିଥିଲା ବେଳେ ଏହାକୁ ସୁଝିବାକୁ ସେ ବାପାଙ୍କୁ ଟଙ୍କା ମାଗିଥିଲେ । ହେଲେ ବାପା ଟଙ୍କା ଦେବାକୁ ମନା କରିଦେବାରୁ କ୍ରୋଧବଶତଃ ଛୁରୀ ଭୁସି ତାଙ୍କୁ ହତ୍ୟା କରିଛନ୍ତି।

Leave A Reply

Your email address will not be published.