ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି ତାତି। ଫଳରେ ଗରମ ସହ ଗୁଳୁଗୁଳି ଯୋଗୁଁ ଅସହ୍ୟ ହେବାରେ ଲାଗିଛି ଜନଜୀବନ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବରେ ଲାଗିଛି। ଗ୍ରୀଷ୍ମପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶା ଡହଡହ ତାତିରେ ଜଳୁଛି। ପଶ୍ଚିମରେ ସ୍ଥିତି ଏମିତି, ପୂର୍ବାହ୍ଣ ୧୧ଟା ବାଜିଲେ ଘରୁ ପଦାକୁ ବାହାରି ହେଉନାହିଁ। ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୪.୮ ଡିଗ୍ରୀ ପାରଦ ସହ ସବୁଠୁ ଉତ୍ତପ୍ତ ବାଲେଶ୍ବର ।
ପୁରୀରେ ୩୪.୬, ଭୁବନେଶ୍ବରରେ ୩୩.୪, ଚାନ୍ଦବାଲିରେ ୩୩.୪, ପାରାଦ୍ବୀପରେ ୩୨.୮ ଓ ଗୋପାଳପୁରରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଝାଞ୍ଜି ମୁହଁ ପୋଡ଼ି ପକାଉଛି । ପଶ୍ଚିମରେ ସ୍ଥିତି ଏମିତି, ପୂର୍ବାହ୍ଣ ୧୧ଟା ବାଜିଲେ ଘରୁ ପଦାକୁ ବାହାରି ହେଉନାହିଁ। ଆଗାମୀ ୪ ଦିନ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ପାଣିପାଗ ବିଭାଗ ପକ୍ଷରୁ ଖରା ଓ ଗୁଳୁଗୁଳି ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଂଜାମରେ ଗୁଳୁଗୁଳି ଓ ଗରମ ନାକେଦମ୍ କରିବ। ସେହିପରି, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତିରେ ଭୀଷଣ ଗରମ ହେବ। ଗୁରୁବାର ଓ ଶୁକ୍ରବାର ବି ତାତିରୁ ତ୍ରାହି ମିଳିବନି।
Comments are closed.