Latest Odisha News

BREAKING NEWS

କ୍ଲାସରୁମକୁ ମୋବାଇଲ୍ ନେଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ, ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଜାରି କଲେ ନୂଆ ନିୟମ

ସମ୍ବଲପୁର : କ୍ଲାସରୁମକୁ ମୋବାଇଲ ନେଇପାରିବେନି ଶିକ୍ଷକ ଓ ଶିକ୍ଷୟିତ୍ରୀ । କ୍ଲାସ ସମୟରେ କୌଣସି ଶିକ୍ଷକ ବା ଶିକ୍ଷୟିତ୍ରୀ ସେମାନଙ୍କ ମୋବାଇଲ ସାଙ୍ଗରେ ନେଇ ପାରିବେ ନାହିଁ । ଏନେଇ ଏକ ନୂଆ ନିୟମ ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ । କଣ ପାଇଁ ମୋବାଇଲ ଫୋନକୁ ବାରଣ କରାଯାଇଛି, ତାର ଉତ୍ତର ମଧ୍ୟ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

BjdElectrycity

ଯଦି କ୍ଲାସକୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମୋବାଇଲ ଫୋନ୍ ନିଅନ୍ତି, ତେବେ ଏହି ସମୟରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇପାରେ । ଫୋନ୍ ରିଂ ହେଲେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପ୍ରଭାବିତ ହୋଇପାରେ । ଏସବୁକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ଯଦି କୌଣସି ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ନିୟମର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.