Latest Odisha News

BREAKING NEWS

ପୋଲିସ ଓ ଏସଟିଏଫ୍ ପଞ୍ଝାରେ ଦୁଇ ବ୍ରାଉନସୁଗର ବେପାରୀ

ପୁରୀ : ପୋଲିସ ପଞ୍ଝାରେ ଧଳା ଜହର ବେପାରୀ । ଏସଟିଏଫ୍ ଓ ତାଳବଣିଆ ପୋଲିସ ଦୁଇ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଜଣ ବେପାରୀ ହେଲା ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ୱର ଖଣ୍ଟପଡାର କମଳ କିଶୋର ପଣ୍ଡା ।

ଅଭିଯୁକ୍ତମାନଙ୍କ ଠାରୁ ୧୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରଛି ପୋଲିସ । ଜବତ ହୋଇଥିବା ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ମୋବାଇଲ, ଏକ ହଜାର ଟଙ୍କା ଜବତ କରିଛି ।

ଏହି ଅଭିଯୁକ୍ତମାନେ ପୁରୀ ହୁଳୁହୁଳିଆ ବ୍ରିଜ ନିକଟରେ ବ୍ରାଉନ ସୁଗର ବିକ୍ରି କରୁଥିବା ବେଳେ ଏସିଟିଏଫ୍ ଓ ତାଳବଣିଆ ଥାନା ପୋଲିସ ଚଢାଉ କରି ଏମାନଙ୍କୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା କହିଛନ୍ତି ।

Leave A Reply

Your email address will not be published.