Latest Odisha News

BREAKING NEWS

ସିନେ ପରଦାରେ ଗୁରୁ-ଶିଷ୍ୟର କାହାଣୀ; ଯାହାକୁ କେବେ ଭୁଲିହେବ ନାହିଁ…

ନୂଆଦିଲ୍ଲୀ: ଆଜି ଦିନରେ ଜନ୍ମ ଗ୍ରହଣ କରିଥିଲେ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣନ । ଯାହାଙ୍କ ଜନ୍ମଦିନକୁ ସାରା ଦେଶରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଇଥାଏ ।ଯିଏକି ଏକଧାରରେ ଥିଲେ ଜଣେ ଶିକ୍ଷକ, ଶିକ୍ଷାବିତ୍‌, ଦାର୍ଶନିକ ଓ କୁଟନୈତିଜ୍ଞ ।

ଆମ ଦେଶରେ ପିତାମାତାଙ୍କ ବ୍ୟତିତ ଗୁରୁଙ୍କୁ ଭଗବାନଙ୍କ ସ୍ଥାନ ପ୍ରଦାନ କରାଯାଇଛି । କ଼ୁହାଯାଏ, ଜଣେ ବ୍ୟକ୍ତିର ଜୀବନରେ ଗୁରୁ ହିଁ ସାଜିଥାନ୍ତି ପ୍ରମୁଖ ମାର୍ଗଦର୍ଶକ ।

ଏପରିକି ରୂପେଲି ପରଦାରେ ଅନେକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି । ଏହି ଅବସରରେ ଜାଣନ୍ତୁ ସେ ସମ୍ପର୍କରେ କିଛି…

ସୁପର ୩୦- ଆନନ୍ଦ କାପୁରଙ୍କ ଉପରେ ନିର୍ମିତ ହୋଇଥିଲା ବାୟୋପିକ୍ ଫିଲ୍ମ ‘ସୁପର ୩୦’ । ଯେଉଁଥିରେ ଜଣେ ଗାଣିତିଜ୍ଞଙ୍କର ସତ ଜୀବନୀର ସଂଘର୍ଷ ବର୍ଣ୍ଣିତ ହୋଇଥିଲା । ଯେଉଁଥିରେ ସେ କିପରି ଭଳ କୋଚିଂ ସେଣ୍ଟରର ଚାକିରି ଛାଡି ଗରିବ ପିଲାମାନଙ୍କୁ ଶିକ୍ଷାଦାନ କରି ଆଇଆଇଟିରେ ଯୋଗ ଦେବା ପାଇଁ ଯୋଗ୍ୟ ବନାଇ ପାରୁଥିଲେ ।

ହିନ୍ଦୀ ମିଡିୟମ୍‌- ହିନ୍ଦୀ ମିଡିୟମ୍‌ରେ ଇରଫାନ୍ ଖାନ୍ ଅଳ୍ପ ପାଠୁଆ ବ୍ୟକ୍ତି ଭାବେ ନଜର ଆସୁଛନ୍ତି । ଯିଏକି ନିଜ ଝିଅକୁ ଇଂଲିଶ ମିଡିୟମରେ ପଢାଇବାକୁ ବହୁ କସରତ କରୁଛନ୍ତି, ଫଳରେ ତାଙ୍କ ଝିଅ ତଥାକଥିତ ସମାଜରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଭାବେ ପରିଚୟ ପାଇପାରିବ । ପରେ ସମୟସ୍ରୋତରେ ସେ ଅନୁଭବ କରୁଛନ୍ତି ଯେ କୌଣସି ମିଡିୟମ୍ ବିଦ୍ୟାଳୟ ନୁହେଁ ବରଂ ଜଣେ ଭଲ ଶିକ୍ଷକ ହିଁ ପିଲାର ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିପାରିବ ।

 

ତାରେ ଜମିନ ପର୍‌- ୨୦୦୭ରେ ପରଦାକୁ ଆସିଥିବା ଏହି ଫିଲ୍ମଟିରେ ପ୍ରଦର୍ଶିତ ଗୁରୁ-ଶୀଷ୍ୟର କାହାଣୀ ଆପଣଙ୍କୁ ପୂରାପୂରି ଭାବବିହ୍ୱଳ କରିଦେବ । ଅମିର ଖାନ୍ ଜଣେ ଶିକ୍ଷକ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କ ଶିଷ୍ୟ ଇସାନ୍ ଅବସ୍ଥି ଜଣେ ଦୁର୍ବଳ ଛାତ୍ର ଥିଲେ । ଏହି ଫିଲ୍ମର କାହାଣୀ ପରି ସତ ଜୀବନରେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଲାଗି ଏହିଭଳି ଶିକ୍ଷକଙ୍କର ଆବଶ୍ୟକତା ରହିଛି । ଶିକ୍ଷକ ଚାହିଁଲେ ଜଣେ ଛାତ୍ରର ଜୀବନକୁ କିଭଳି ପରିବର୍ତ୍ତନ କରିପାରିବ, ତାହା ଚଳଚ୍ଚିତ୍ରରେ ଅତି ନଖୁଣ ଭାବେ ବର୍ଣ୍ଣନା କରାଯାଇଛି ।

ବ୍ଲାକ୍‌- ଏହି ଫିଲ୍ମରେ ଜଣେ ଅନ୍ଧ ଝିଅକୁ କିପରି ଜଣେ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ତାହା ନିଖୁଣ ଭାବରେ ବର୍ଣ୍ଣିତ ହୋଇଥିଲା । ଏଥିରେ ରାଣୀ ମୁଖାର୍ଜି ଓ ଅମିତାଭ ବଚ୍ଚନ ଲିଡ ରୋଲରେ ନଜର ଆସିଥିଲେ ।

ହିଚକି- ବଲିଉଡରେ ୨୦୧୮ ମସିହାରେ ‘ହିଚକି’ ଚଳଚ୍ଚିତ୍ରର ନିର୍ମାଣ କରାଯାଇଥିଲା । ଫିଲ୍ମରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଜଣେ ଶିକ୍ଷକର ଭୂମିକାରେ ନଜର ଆସିଥିଲେ । ଯାହାକୁ ସବୁବେଳେ ‘ହିକ୍କା’ ଆସୁଥାଏ, ଆଉ ସେଥିପାଇଁ ସବୁଠି ତାଙ୍କୁ ଅପମାନିତ ହେବାକୁ ପଡିଥାଏ । ପରେ ସେ ଦୃଢମନା ହୋଇ ନିଜର ସମସ୍ୟାକୁ ଶକ୍ତିରେ ପରିଣତ କରି ନୂଆ ଢଙ୍ଗରେ ପିଲାମାନଙ୍କୁ ପାଠ ପଢାଇଥିଲେ । ଯେଉଁଥିରେ ନିଜ ସମସ୍ୟାକୁ ଶକ୍ତିରେ ପରିଣତ କରିବା ଲାଗି ସେ ପିଲାମାନଙ୍କୁ ପ୍ରେରଣା ଦେଇଥିଲେ ।

ଚକ୍ ଆଣ୍ଡ ଡଷ୍ଟର୍‌- ୨୦୧୬ରେ ରିଲିଜ ହୋଇଥିବା ‘ଚକ୍ ଆଣ୍ଡ ଡଷ୍ଟର୍‌’ ଫିଲ୍ମରେ ଅଭିନେତ୍ରୀ ଶାବନା ଆଜମୀ ଓ ଜୁହି ଚାୱଲା ଜଣେ ଶିକ୍ଷକ ଭୂମିକାରେ ଦମଦାର ଅଭିନୟ କରିଥିଲେ । ଏହି ଫିଲ୍ମଟି ଘରୋଇ ଶିକ୍ଷା ବ୍ୟବସ୍ଥାର ବ୍ୟବସାୟୀକରଣ ଉପରେ ଆଧାରିତ ଥିଲା । ସ୍କୁଲକୁ ପଢିବାକୁ ଆସୁଥିବା ପ୍ରତ୍ୟେକ ପିଲାକୁ ନିଜ ପିଲା ଭାବି ପଢାଇବା ଉଚିତ୍‌, ଯାହା ଫଳରେ ପାଠରେ ପଛୁଆ ପିଲାବି ପଢାରେ ଭଲ ପ୍ରଦର୍ଶନ କରିପାରିବ ।

Leave A Reply

Your email address will not be published.