Latest Odisha News

BREAKING NEWS

ଭାରତ-ଚୀନ୍ ସୀମା ବିବାଦ; ଆମେରିକା ସହଯୋଗ କରିବା ପାଇଁ ପ୍ରସ୍ତୁତ

ୱାଶିଂଟନ୍‌: ଭାରତ ଓ ଚୀନ୍ ମଧ୍ୟରେ ଜାରି ରହିଥିବା ସୀମା ବିବାଦରେ ଆମେରିକା ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଶୁକ୍ରବାର ଦିନ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

“ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ସ୍ଥିତି ଗମ୍ଭୀର ରହିଛି । ମୁଁ ଭାରତ ଓ ଚୀନକୁ ସାହାଯ୍ୟ କରିବା ଲାଗି ପ୍ରସ୍ତୁତ । ଏସମ୍ପର୍କରେ ଯଦି ଆମେ କିଛି କରିପାରୁ ତାହେଲେ ଆକେ ସହାୟତା କରିବା ପାଇଁ ପସନ୍ଦ କରିବୁ । ଏହି ବିବାଦକୁ ନେଇ ଆମେ ଦୁଇ ଦେଶ ସହ ଆଲୋଚନା କରୁଛୁ” ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ହ୍ୱାଇଟ୍ ହାଉସରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ “ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ସ୍ଥିତି ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି । ଆମେ ଏନେଇ ୨ ଦେଶ ସହ ଆଲୋଚନା ମଧ୍ୟ କରୁଛୁ” ।

ଏପରିକି ସେ ଭାରତୀୟଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଭାରତୀୟ ମହାନ । ମୋଦି ଆମର ସବୁଠୁ ଭଲ ବନ୍ଧୁ ଓ ସେ ଭଲ କାମ ମଧ୍ୟ କରନ୍ତି । ଆମର ବିଶ୍ୱାସ ଯେ ଅଧିକାଂଶ ଭାରତୀୟ ତାଙ୍କ ସପକ୍ଷରେ ମତଦାନ କରିବେ ।

ଉଲ୍ଲେଖଯୋଗ୍ୟ, ଆମେରିକାରେ ନିର୍ବାଚନର ଅବ୍ୟହିତ ପୂର୍ବରୁ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଛି । ନିକଟରେ ଜାରି ଏକ ବିଜ୍ଞାପନ ଭିଡିଓରେ ଚଳିତ ବର୍ଷ ଅହମ୍ମଦାବାଦରେ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର କ୍ଲିପ୍ ଦେଖିବାକୁ ମିଳିଥିଲା । ଯେଉଁଥିରେ ମୋଦି ଓ ଟ୍ରମ୍ପ ବିଶାଳ ସମାବେଶକୁ ସମ୍ବୋଧନ କରୁଥିବା ନଜର ଆସିଥିଲା ।

Leave A Reply

Your email address will not be published.