ଭବାନୀପାଟଣା: ସରକାରଙ୍କ ନିୟମ ଅନୁଯାୟୀ ନିକଟ ଅତୀତରେ ସ୍ତର-୫(ବି)ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍ତର-୪ ଓ ସ୍ତର-୪ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସ୍ତର-୩କୁ ପଦୋନ୍ନତି ଦିଆଯାଇଛି । ଯାହାଫଳରେ ଅଧିକାଂଶ ସ୍ତର-୫(ବି) ପଦବୀ ଖାଲି ହୋଇସାରିଛି । ସ୍ତର-୫(ଏ)ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ପାଇଁ ଏଯାଏଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଯାହାଦ୍ୱାରା ସେମାନଙ୍କ ପଦୋନ୍ନତି ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଇଛି । ତେଣୁ ସ୍ତର-୫(ଏ)ରେ ଥିବା ଯୋଗ୍ୟ ଶିକ୍ଷକଙ୍କୁ ତୁରନ୍ତ ସ୍ତର-୫(ବି)କୁ ପଦୋନ୍ନତି ଦେବାପାଇଁ ଦାବି ହେଉଛି ।
ଏନେଇ କଳାହାଣ୍ଡି ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଶିକ୍ଷକ ନେତା ପ୍ରଫୁଲ୍ଲ ଠାକୁର, ଦୁର୍ଗା ଆଚାରୀ, ମହମ୍ମଦ ଜାକିର, ଅଜିତ ପଧାନ, ତୁଷାର ମହାନନ୍ଦ, ସୀତେଶ ପାଢ଼ୀ, କ୍ଷୀରାବ୍ଧୀ ତନୟ ମଶ୍ରା, ତିଳକରାମ ସୁନାନୀ, ଅମିତ ଜାଲ, ସୁଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଡିଇଓଙ୍କ ସହ ଆଲୋଚନା କରିଥିଲେ । ଏନେଇ ଖୁବଶୀଘ୍ର ବ୍ୟବସ୍ଥା କରାଯିବା ସହ ପଦୋନ୍ନତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ।
Comments are closed.