Latest Odisha News

ଆଇସିସି ଟ୍ରଫି: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ୨୩୪ ରନର ସଂଯୋଗ

ଲଣ୍ଡନ: ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏହି ମ୍ୟାଚରେ ଭାରତ ୨୩୪ ରନରେ ଅଲଆଉଟ ହୋଇଥିଲା । ଆଇସିସି ଟ୍ରଫିରେ ଭାରତର ଏହି ୨୩୪ ରନର ସଂଯୋଗ ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । ୨୦୦୩ ବିଶ୍ୱକପରେ ଭାରତ ସମ୍ମୁଖରେ ଅଷ୍ଟ୍ରେଲିଆ ୩୫୯ ରନ କରିଥିଲା । ଜବାବରେ ଟିମ ଇଣ୍ଡିଆ ୩୯.୨ ଓଭରରେ ୨୩୪ ରନ କରି ଅଲଆଉଟ ହୋଇ ଯାଇଥିଲା ।

ସେହିପରି ୨୦୧୫ ବିଶ୍ୱକପରେ ନକଆଉଟ ମୁକାବିଲାରେ ଅଷ୍ଟ୍ରେଲିଆ ପୁନର୍ବାର ଭାରତ ପାଇଁ କାଳ ସାଜିଥିଲେ । ସେମିଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୨୮ ରନ କରିଥିଲା । ଭାରତ ୨୩୪ ଅଲଆଉଟ ହୋଇ ବିଶ୍ୱକପରୁ ବିଦାୟ ନେଇଥିଲା । ଏବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ମଧ୍ୟ ଭାରତ ସମାନ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ୨୩୪ ରନରେ ଅଲଆଉଟ ହୋଇଥିଲା ।

Leave A Reply

Your email address will not be published.