Latest Odisha News

BREAKING NEWS

ମାଛ ପାଟିରୁ ମିଳିଲା ଅଜବ ଜୀବ, ଲୋକେ ଦେଖି ଭୟଭୀତ

ନ୍ୟୁୟର୍କ: ଦୁନିଆରେ ଅନେକ ପ୍ରକାରର ଜୀବ ଦେଖିବାକୁ ମିଳିଥାନ୍ତି । କେତେକ ଗଭୀର ସମୁଦ୍ରରେ ରହୁଥିବା ବେଳେ ଆଉ କେତେକ ସ୍ଥଳଭାଗରେ କିମ୍ବା ବାୟୁରେ ରହିଥାନ୍ତି । ପ୍ରତ୍ୟେକ ଜୀବ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରିଥାନ୍ତି । କେହି କେହି ଉଦ୍ଭିଦ ଖାଉଥିବା ବେଳେ ଆଉ କେହି କୀଟପତଙ୍ଗ ଖାଇ ବଞ୍ଚନ୍ତି । କିନ୍ତୁ ଏମିତି କିଛି ଜୀବ ଅଛନ୍ତି, ଯେଉଁମାନେ ଖାଦ୍ୟ ପାଇଁ ଅନ୍ୟର ଶରୀର ଉପରେ ନିର୍ଭର କରନ୍ତି । ସେମାନେ ଜୀବଜନ୍ତୁଙ୍କ ଶରୀରରେ ଲାଗି ରହି ଖାଦ୍ୟ ଖାଇବା ଆରମ୍ଭ କରନ୍ତି । ଏବେ ଜଣେ ମତ୍ସ୍ୟଜୀବୀ ସୋସିଆଲ ମିଡିଆରେ ଏପରି ଗୋଟିଏ ଫଟୋ ସେୟାର କରିଛନ୍ତି,ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେରିକାର ନ୍ୟୁୟର୍କରେ ରହୁଥିବା ଏରିକ୍ ଓସିନସ୍କି ନାମକ ଜଣେ ମତ୍ସଜୀବୀ ଏହି ଅଜବ ଜୀବର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ନିକଟରେ ସେ ଷ୍ଟେଟର ହଡସନ ଭ୍ୟାଲିରେ ମାଛ ଧରିବାକୁ ଜାଲ ପକାଇଥିଲେ । ଜାଲରେ ଅନେକ ମାଛ ରହିଥିବା ବେଳେ ଫସି ରହିଥିଲା ଏକ ବଡ଼ ମାଛ । ଏହି ମାଛର ପାଟି ଭିତରେ ଏହି ଅଜବ ଜୀବ ଦେଖିବାକୁ ପାଇଥିଲେ । ଏହି ବିଦେଶୀ ଦେଖାଯାଉଥିବା ଜୀବକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଜୀବର ପାଟିକୁ ଦେଖି ଲୋକେ ଭୟଭୀତ ବି ହୋଇପଡ଼ିଥିଲେ । ଏହାର ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, ଏକ ନୂତନ ପ୍ରଜାତି ଜାଲରେ ଧରାପଡିଛି ।

Leave A Reply

Your email address will not be published.