Latest Odisha News

BREAKING NEWS

T-20 Match: ମ୍ୟାଚ୍ ପୂର୍ବରୁ କାଳିଆର ଆଶୀର୍ବାଦ ନେଲେ ଟିମ୍ ଇଣ୍ଡିଆ କୋଚ୍ ସମେତ ଖେଳାଳୀ

ପୁରୀ: ଆଜି ସନ୍ଧ୍ୟା ୭ଟାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ବାରବାଟୀରେ ଖେଳାଯିବ । ଟି-୨୦ରେ ଭାରତର ବିଜୟ ପାଇଁ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ଭାରତୀୟ ଟିମ୍‌ । କୋଚ୍ ଗୌତମ ଗମ୍ଭୀରଙ୍କ ସମେତ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ତାଙ୍କ ପତ୍ନୀ, ଜିତେଶ ଶର୍ମା ଓ ତିଲକ ବର୍ମା ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କୋଚ୍ ଓ ଖେଳାଳୀ । ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ସହିତ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ । ଏହି ସମୟରେ ଶ୍ରୀମନ୍ଦିର ସିଂହଦ୍ବାରରେ ପୁରୀ ସେବାୟତ ଏକତ୍ରିତ ହୋଇ ସମୂହ ଦୀପଦାନ ମଧ୍ୟ କରିଛନ୍ତି ।

ସେପଟେ, ବାରବାଟୀ ମ୍ୟାଚ୍ ପାଇଁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ମ୍ୟାଚ୍ ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେପଟେ ବସ୍ ଚଳାଚଳ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । କଟକ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଜିଆରପି ଓ ଆରପିଏଫ୍ ପକ୍ଷରୁ ୩୦ଜଣିଆ ସ୍ବତନ୍ତ୍ର ଟିମ୍ ପ୍ଲାଟଫର୍ମରେ ନିୟୋଜିତ ହୋଇଛନ୍ତି । କଟକ ଷ୍ଟେସନରେ ୧୧୦ଟି ଉଭୟ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ ଚାଲିବ ।

Leave A Reply

Your email address will not be published.