ପୁଣେ: ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜ କବଜା ପରେ ଆଜିଠୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେଉଛି ଦିନିକିଆ ସିରିଜ । ପୁଣେରେ ଖେଳାଯିବ ପ୍ରଥମ ମ୍ୟାଚ୍ । ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍ ଖେଳାଯିବ । କରୋନା ଯୋଗୁ ବିନା ଦର୍ଶକରେ ମ୍ୟାଚ୍ ଖେଳାଯିବ । ଅଭିଜ୍ଞ ଓ ନବାଗତଙ୍କୁ ନେଇ ମୈଦନାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଟି-ଟ୍ୱେଣ୍ଟି ସିରିଜ ବିଜୟ ପରେ ଦଳର ମନୋବଳ ଦୃଢ଼ ରହିଛି । ବିଜୟରୁ ଅଭିଯାନ ଲକ୍ଷ୍ୟରେ ରହିଛି ବିରାଟ ସେନା ।
ରୋହିତଙ୍କ ସହ ଇନିଂସ ଓପନ କରିବେ ଧଓ୍ୱନ
Image Courtesy: Getty Images
ଏହି ମ୍ୟାଚରେ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ କରିବେ ଶିଖର ଧଓ୍ୱନ । ନିଜକୁ ପ୍ରମାଣିତ କରିବା ପାଇଁ ଏହି ସିରିଜ ତାଙ୍କ ପାଇଁ ବେଶ ଗୁରୁତ୍ୱ ରଖୁଛି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଫେଲ୍ ମାରିବା ପରେ ତାଙ୍କୁ ଆଉ ସୁଯୋଗ ମିଳି ନଥିଲା । ରୋହିତ ଓ ବିରାଟ ଏବେ ଫଲ ଫର୍ମରେ ଥିବାରୁ ଦଳ ବଡ଼ ସ୍କୋର କରିବା ଆଶା କରାଯାଉଛି ।
ଶ୍ରେୟସ-ସୂର୍ଯ୍ୟକୁମାରଙ୍କ ମଧ୍ୟରେ କିଏ ?
ଲୋକେଶ ରାହୁଲ ଓ ରିଷଭ ପନ୍ଥ ଦୁହେଁ ପ୍ଲେଇଂ ଇଲେଭେନରେ ରହିପାରନ୍ତି । ଲୋକେଶ ମିଡିଲ ଅର୍ଡରରେ ଖେଳିବେ । ପନ୍ଥ ସମ୍ଭାଳିବେ ଓ୍ୱିକେଟ କିପିଂ ଦାୟିତ୍ୱ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମଧ୍ୟକ୍ରମରେ ଖେଳିବେ । ଏଭଳି ସ୍ଥିତିରେ ଅନ୍ତିମ ଏକାଦଶରେ ଶ୍ରେୟସ ଆୟାର ଓ ସୂର୍ୟ୍ୟରକୁମାର ଯାଦବଙ୍କ ଭିତରୁ କେହି ଜଣେ ଖେଳି ପାରନ୍ତି । ଆୟାର ବହୁ ଦିନରୁ ମଧ୍ୟକ୍ରମରେ ଭଲ ଖେଳୁଥିବା ବେଳେ ସୂର୍ୟ୍ୟକୁମାର ଟି-ଟ୍ୱେଣ୍ଟିରେ ଜବରଦସ୍ତ ବ୍ୟାଟିଂ ବି କରିଛନ୍ତି ।
ଅଲରାଉଣ୍ଡର ଭୂମିକାରେ ପାଣ୍ଡ୍ୟା
ଫାଷ୍ଟ ବୋଲିଂ ବିଭାଗ ଭୁବନେଶ୍ୱର କୁମାର, ସାର୍ଦ୍ଦୁଲ ଠାକୁର ସମ୍ଭାଳିବେ । ମହମ୍ମଦ ସିରାଜ ଓ ନବାଗତ ପ୍ରସିଦ୍ଧି କ୍ରିଷ୍ଣା ବି ଟିମରେ ଅଛନ୍ତି । ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚରେ ୧୪ଟି ଓ୍ୱିକେଟ ନେଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପ୍ରସିଦ୍ଧି କ୍ରିଷ୍ଣା । ସ୍ପିନ ବୋଲିଂ ପାଇଁ ଯୁଜବେନ୍ଦର ଚହଲ ଓ ଓ୍ୱାଶିଂଟନ୍ ସୁନ୍ଦରଙ୍କୁ ପ୍ରାଥମିକତା ମିଳିପାରେ । ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ବୋଲର ଭୂମିକା ନିଭାଇବେ ।
ସେପଟେ ଭ୍ରମଣକାରୀ ଇଂଲଣ୍ଡ ଉଭୟ ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ପରେ କିନ୍ତୁ ସିରିଜ ହାତଛଡ଼ା କରିଥିଲା । ତ୍ରୁଟି ସୁଧାରି ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇବ ଇଂଲିଶ ବାହିନୀ । ଟିମ୍ ଇଣ୍ଡିଆକୁ ଟକ୍କର ଦେବାକୁ ହେଲେ କ୍ୟାପଟେନ୍ ଇୟନ ମୋର୍ଗାନ, ଜୋସ୍ ବଟଲର୍, ଜାସନ୍ ରାୟ ଓ ବେନ୍ ଷ୍ଟୋକ୍ସଙ୍କୁ ଭଲ ଖେଳିବାକୁ ପଡ଼ିବ ।
BREAKING NEWS
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
- ଓଡିଶାକୁ ଆଉ ନାହିଁ ମାଓ ବିପଦ
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟର ଚିତ୍କାର…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
Comments are closed.