Latest Odisha News

ଗିରଫ ହେଲେ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଜ୍ୟାକବ ମାର୍ଟିନଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ବରୋଦାରେ ମଦ୍ୟପାନ କରି ସେ ଗାଡି ଚଳାଉଥିବା ବେଳେ ପୋଲିସ ହାତରେ ଧରା ପଡିଥିଲେ । ରାତି ୨ଟା୩୦ରେ ମାର୍ଟିନଙ୍କ କାର ସନ୍ତୁଳନ ହରାଇଥିଲା ଏବଂ ଜଣଙ୍କ ଘର ବାହାରେ ରହିଥିବା ୩ଟି କାର ସହ ଧକ୍କା ହୋଇଥିଲା । ତାଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରାଯିବା ପରେ ସେ ଗିରଫ ହୋଇଛନ୍ତି । ମାର୍ଟିନ ଭାରତ ପକ୍ଷରୁ ୧୦ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ।

୯୦ ଦଶକର ଏହି ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ତାଙ୍କ କ୍ୟାରିୟର ବେଶୀ ଦିନ ତିଷ୍ଠି ନ ଥିଲା । ସେ ୮ଟି ଇନିଂସରେ ୨୨.୫୭ ଆଭରେଜରେ ୧୫୮ ରନ ସଂଗ୍ରହ କରିଥିଲେ । ସେ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି । ଘରୋଇ କ୍ରିକେଟରେ ମାର୍ଟିନ ୧୩୮ ମ୍ୟାଚରେ ୪୬ରୁ ଊର୍ଦ୍ଧ୍ୱ ଆଭରେଜରେ ୯୧୯୨ ରନ ସଂଗ୍ରହ କରିଛନ୍ତି । ମାର୍ଟିନ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୩ ଶତକ ମାରିଛନ୍ତି । ଅବସର ନେବା ପରେ ସେ ଅନେକ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ।

Leave A Reply

Your email address will not be published.