Latest Odisha News

ଗାଙ୍ଗୁଲି କହିଲେ ପିଚକୁ ନେଇ ନୀତିଶିକ୍ଷା ପାଇ ସାରିଛି ଟିମ ଇଣ୍ଡିଆ

କୋଲକାତା: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ଏବେ ଟିମ ଇଣ୍ଡିଆ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସୁବିଧାଜନକ ସ୍ଥିତି ପାଇଁ ଏହି ସିରିଜକୁ ଭାରତକୁ ଗୁରୁତ୍ୱ ସହକାରେ ନେଉଛି । ନଭେମ୍ବର ୧୪ରୁ ଇଡେନଗାର୍ଡେନରେ ପ୍ରଥମ ଟେଷ୍ଟ ଖେଳାଯିବ । ପିଚକୁ ନେଇ ଟିମ ଇଣ୍ଡିଆ କୌଣସି ଦାବୀ କରିନି ବୋଲି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ନୀତିଶିକ୍ଷା ଟିମଇଣ୍ଡିଆ ପାଇ ସାରିଛି । ସ୍ପିନ ପିଚ ଦାବୀ କରିବା ଭାରତ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । ଭ୍ରମଣକାରୀ ଦଳ ୩-୦ରେ କ୍ଲିନ ସୁଇପ କରିଥିଲା ।

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭିନ୍ନ ଭିନ୍ନ ପିଚରେ ଭାରତକୁ ଖେଳିବାକୁ ପଡିବ । ସବୁ ପିଚରେ ସିଦ୍ଧହସ୍ତ ହେବାପାଇଁ ଟିମ ଇଣ୍ଡିଆ ଏହି ପଦକ୍ଷେପ ନେଇଛି ବୋଲି ଗାଙ୍ଗୁଲି କହିଛନ୍ତି । ତେବେ ଏହା ସତ୍ୱେ କୋଲକାତାରେ ସ୍ପିନରମାନେ ଫାଇଦାରେ ରହିବେ । ଏହା ବ୍ୟତୀତ ପିଚ ରିଭର୍ସ ସୁଇଂ ପାଇଁ ଉପଯୋଗୀ ହେବ ବୋଲି ସେ କହିଛନ୍ତି । ପିଚ କ୍ୟୁରେଟର ସୁଜନ ମୁର୍ଖାଜୀ କହିଛନ୍ତି ଯେ, କୋଚ ଗୌତମ ଗମ୍ଭୀର ପିଚକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଥମ ୨ ଦିନ ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ଏହା ପରେ ବଲ ଟର୍ଣ୍ଣ ଏବଂ ଶେଷ ଭାଗରେ ରିଭର୍ସ ସୁଇଂ କରିବ ବୋଲି ଅନୁମାନ କରାଯାଉଛି ।

Comments are closed.