ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ସୋମବାର ବାର୍ବାଡୋସରେ ଭାରତୀୟ ଦଳର ସଦସ୍ୟମାନେ ଜୋରଦାର ଅଭ୍ୟାସ କରିଥିଲେ । ଜୁଲାଇ ୧୨ରୁ ଏହି ସିରିଜ ଆରମ୍ଭ ହେବ । ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା ଓ ଯଶସ୍ୱୀ ଜୈସୱାଲଙ୍କ ସମେତ ଅନ୍ୟ ଖେଳାଳିମାନେ ବିଚ ଭଲିବଲ ଖେଳିଥିଲେ । ଜୁଲାଇ ୬ରେ ପ୍ରାକ୍ଟିଶ ଗେମ ପୂର୍ବରୁ ସମସ୍ତ ଖେଳାଳି ସେଠାରେ ପଂହଚି ଯାଇଥିବେ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଟିମ ଇଣ୍ଡିଆ ବାର୍ବାଡୋସରେ ଏବଂ ଘରୋଇ ଟିମ ଆଂଟିଗୁଆରେ ଅଭ୍ୟାସ କରିବା ପାଇଁ ଅନୁମତି ମାଗିଥିଲେ ।
ଡୋମିନିକାରେ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଖେଳାଳିମାନଙ୍କୁ ପ୍ରାଇଭେଠ ଚାର୍ଟରରେ ନିଆଯିବ ବୋଲି ୱେଷ୍ଟଇଣ୍ଡିଜ ବୋର୍ଡ ପକ୍ଷରୁ କୁହାଯାଇଛି ।
ଟିମ ଇଣ୍ଡିଆ:ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ରିତୁରାଜ ଗାଏକ୍ୱାଡ, ବିରାଟ କୋହଲି, ଯଶସ୍ୱୀ ଜୈସୱାଲ, ଅଜିଙ୍କ୍ୟ ରାହାନେ, କେଏସ ଭରତ, ଈଶାନ କିଶାନ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମୁକେଶ କୁମାର, ଜୟଦେବ ଉନାଡକଟ, ନବଦୀପ ସୈନୀ ।
Comments are closed.