Latest Odisha News

BREAKING NEWS

ନୂଆ ଘର କିଣିଲେ ରାମଚରଣ : ଯାହାର ମୂଲ୍ୟ ୩୦ କୋଟି

ମୁମ୍ବାଇ: ସାଉଥ ସୁପରଷ୍ଟାର ରାମ ଚରଣ ଏବେ ଖୁବ ଚର୍ଚ୍ଚାରେ । ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନର ବାପା ହୋଇଛନ୍ତି । ନିକଟରେ ସେ ତାଙ୍କ ଝିଅର ନାମକରଣ ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ଏବେ ହାଇଦ୍ରାବାଦରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଛନ୍ତି । ଏହି ନୂଆ ଘରର ମୂଲ୍ୟ ୩୦ କୋଟି ଟଙ୍କା ରହିଛି ।

ଏହି ଘର ହାଇଦ୍ରାବାଦର ଜୁବଲି ହିଲ୍ସରେ ରହିଛି । ୨୫ ହଜାର ବର୍ଗ ଫୁଟର ଏହି ଘରକୁ ପ୍ରସିଦ୍ଧ ଡିଜାଇନର ତରୁଣ ତହଲିୟାନି ଡିଜାଇନ କରିଥିବା ଜଣାଯାଇଛି । ଏଥିରେ ଜିମ ସହ ବହୁ ଅତ୍ୟାଧୁନିକ ସୁବିଧା ରହିଛି । ଏଥିରେ ଗ୍ରିନେରିକୁ ବିଶେଷ ଧ୍ୟାନ ଦିଆଯାଇଛି । ଏହି ବଙ୍ଗଳାରେ ଏକ ବଡ ଗାର୍ଡନ ମଧ୍ୟ ରହିଛି ।

ଏବେ ରାମ ଚରଣଙ୍କ ସମ୍ପତ୍ତି ପ୍ରାୟ ୧,୩୫୦ କୋଟି ହୋଇଥିବା ବେଳେ ଉପାସନାଙ୍କ ପାଖରେ ୧,୨୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି ।

Leave A Reply

Your email address will not be published.