Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ଶୁଭମନ, ଆଭେଶ

ନୂଆଦିଲ୍ଲୀ: ଭାରତୀୟ ଟିମ ଶୁକ୍ରବାର ଫ୍ଲୋରିଡାରେ ହେବାକୁ ଥିବା ଅଭ୍ୟାସ ସେଶନକୁ ବାତିଲ କରିଦେଇଛି । ଶନିବାର ଭାରତ ତାର ପରବର୍ତୀ ମୁକାବିଲାରେ କାନାଡାକୁ ଭେଟିବ । ଏ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟରେ ସମସ୍ତ ମ୍ୟାଚ ଜିତିଛି । ଶେଷ ଗ୍ରୁପ ମ୍ୟାଚ ପରେ ଭାରତର ଦୁଇ ରିଜର୍ଭ ଖେଳାଳି ଶୁଭମନ ଗିଲ ଓ ଆଭେଶ ଖାଁ ଭାରତ ପ୍ରତ୍ୟାବର୍ତନ କରିବେ । ଅନ୍ୟ ୨ ରିଜର୍ଭ ଖେଳାଳି ଖଲୀଲ ଅହମ୍ମଦ ଓ ରିଙ୍କୁ ସିଂ ଦଳ ସହିତ ରହିବେ । ଫ୍ଲୋରିଡାରେ ଏବେ ପ୍ରବଳ ବର୍ଷା ଲାଗି ରହିଛି । ଚଳିତ ସପ୍ତାହରେ ଭାରତ, ପାକିସ୍ତାନ, ଆମେରିକା, ଆୟର୍ଲାଣ୍ଡ ଓ କାନାଡା ସେମାନଙ୍କ ମୁକାବିଲା ଖେଳିବେ ।

ଶୁକ୍ରବାର ଯଦି ଆମେରିକା ଓ ଆୟର୍ଲାଣ୍ଡ ମ୍ୟାଚ ବାତିଲ ହୁଏ ତେବେ ପାକିସ୍ତାନର ଅଭିଯାନ ବିଶ୍ୱକପରେ ଶେଷ ହୋଇଯିବ । ଫ୍ଲୋରିଡାର ଲର୍ଡରହିଲରେ ଡ୍ରେନେଜର ଖାସ ବନ୍ଦୋବସ୍ତ ନ ଥିବାରୁ ବର୍ଷା ହେବା ମାନେ ମ୍ୟାଚ ବାତିଲ ହେବାର ଅଧିକ ଆଶଙ୍କା ରହିଛି । ଭାରତ ସୁପର ଏଇଟରେ ପ୍ରବେଶ କରିଥିବାରୁ ସୁବିଧାଜନକ ସ୍ଥିତିରେ ରହିଛି ।

Comments are closed.