Latest Odisha News

BREAKING NEWS

ବିଶ୍ୱକପରେ ରୋହିତଙ୍କ ଆଉ ଏକ କୀର୍ତିମାନ

ଲକ୍ଷ୍ନୌ: ଚଳିତ ବିଶ୍ୱକପରେ ଇଂଲଣ୍ଡକୁ ହରାଇ ଭାରତ କ୍ରମାଗତ ଷଷ୍ଠ ବିଜୟ ହାସଲ କରିଛି । ଇଂଲଣ୍ଡର ନକଆଉଟ ପ୍ରବେଶ ଆଶା ପ୍ରାୟତଃ ଧ୍ୱଂସ ହୋଇଯାଇଛି । ୧୯୯୨ ଓ ୧୯୯୯ ବିଶ୍ୱକପରେ ଚାମ୍ପିୟନ ଇଂଲଣ୍ଡ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ଇଂଲଣ୍ଡ କ୍ରମାଗତ ୫ଥର ଚଳିତ ବିଶ୍ୱକପରେ ପରାଜିତ ହୋଇଛି । ପୂର୍ବରୁ କୌଣସି ଚାମ୍ପିୟନ ଟିମ ଲଗାତାର ଏ ଭଳି ପରାଜିତ ହୋଇ ନ ଥିଲା । ଭାରତର ଅଧିନାୟକ ରୋହିତ ଶର୍ମା ୭ମ ଥର ପାଇଁ ବିଶ୍ୱକପରେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକଗ୍ରା(୬ଥର)ଙ୍କୁ ପଛରେ ପକାଇଛନ୍ତି । ଏବେ ବି ବିଶ୍ୱକପରେ ସର୍ବାଧିକ ମ୍ୟାନ ଅଫ ଦି ମ୍ୟାଚ ରେକର୍ଡ ସଚିନ ତେନ୍ଦୁଲକର(୯)ଙ୍କ ନାମରେ ରହିଛି ।

ଭାରତ ବିଶ୍ୱକପରେ ଓଭରାଲ ୫୯ତମ ବିଜୟ ହାସଲ କରି ନ୍ୟୁଜିଲାଣ୍ଡ(୫୮)କୁ ପଛରେ ପକାଇ ଦେଇଛି । ଅଷ୍ଟ୍ରେଲିଆ ୭୩ ମ୍ୟାଚ ଜିତି ଶୀର୍ଷରେ ରହିଛି । ସେହିପରି ଭାରତୀୟ ବୋଲର ଗୋଟିଏ ମ୍ୟାଚରେ ବିପକ୍ଷ ଦଳର ୬ଜଣ ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିଛନ୍ତି । ଏହି ଘଟଣାରେ ଇଂଲଣ୍ଡ ସହ ଭାରତ ସମକକ୍ଷ ହୋଇଥିବା ବେଳେ ରେକର୍ଡ ୱେଷ୍ଟଇଣ୍ଡିଜ(୭) ନାମରେ ରହିଛି । ଇଂଲଣ୍ଡ ପ୍ରଥମ ଥର କୌଣସି ବିଶ୍ୱକପରେ କ୍ରମାଗତ ୩ଥର ୨୦୦ରୁ କମ ସ୍କୋରରେ ଅଲଆଉଟ ହୋଇ ନ ଥିଲା । ମହମ୍ମଦ ସାମି ବିଶ୍ୱକପରେ ଷଷ୍ଠ ଥର ପାଇଁ ୪ରୁ ଊର୍ଦ୍ଧ୍ୱ ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.