Latest Odisha News

BREAKING NEWS

ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ : କହିଲେ ଓଡିଶାର ବିକାଶ ସର୍ବୋଚ୍ଚ ପ୍ରାଥମିକତା

ପୁରୀ: ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଆସନ୍ତାକାଲି ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ  । ତେଣୁ ତା  ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛନ୍ତି। ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ରାଜ୍ୟପାଳ ନିଜର ମନ୍ତବ୍ୟ ରଖିଛନ୍ତି  । ସେ କହିଛନ୍ତି ଓଡିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ  । ମୁଁ ବହୁତ୍ ଭାଗ୍ୟଶାଳୀ , ମତେ ଓଡିଶାର ଜନତାଙ୍କ ସେବା କରିବାର ସୌଭାଗ୍ୟ ମିଳିଲା ।

BjdElectrycity

ଗରିବ , ଶୋଷିତ ଏବଂ ବଞ୍ଚିତଙ୍କ ଜୀବନସ୍ତର ଯେମିତି ଉଚ୍ଚକୁ ଉଠିବ , ସେ ନେଇ ସର୍ବଦା ଚେଷ୍ଠା ରହିବ  । ଜଣେ ମହାସେବକ ଭାବେ କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ଯାଏ ପହଞ୍ଚିବାର ଦାୟିତ୍ବ ନେବି । ଓଡିଶାବାସୀଙ୍କ ସେବା ପାଇଁ ଶକ୍ତି ଦେବାକୁ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କଲି । ରାଜଭବନ ଦ୍ବାର ଗରିବ ଲୋକଙ୍କ ପାଇଁ ୨୪ ଘଣ୍ଟା ଖୋଲାରହିବ  । ଆଜି ପୁରୀ ରେଳ ଷ୍ଟେସନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.