Latest Odisha News

BREAKING NEWS

ପ୍ରଥମ ଅନୁରୋଧକୁ ପ୍ରତ୍ୟାଖ୍ୟାନ, କ’ଣ ରହିଛି ଟିମ୍ ଇଣ୍ଡିଆର ନୂଆ ଅନୁରୋଧ ?

ନୂଆଦିଲ୍ଲୀ: ଆଇପିଏଲ୍ ପରେ ସିଧାସଳଖ ଅଷ୍ଟ୍ରେଲିଆକୁ ଉଡାଣ ଭରିବ କ୍ରିକେଟ୍ ଟିମ୍ ଇଣ୍ଡିଆ । ଏହି ଗସ୍ତରେ ଭାରତ ଖେଳିବ ୩ଟି ଦିନିକିଆ, ୩ଟି ଟି୨୦ ଓ ୬ଟି ବହୁ ଗୁରୁତ୍ୱପୂର୍ନ ଟେଷ୍ଟ ମ୍ୟାଚ୍ । ନିକଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନିଶ୍ଚିତ କ୍ୱାରେଣ୍ଟାଇନ୍‌ରେ ରହିବା ନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ନ୍ୟୁ ସାଉଥ୍ ୱେଲ୍ସ ସରକାରଙ୍କଠାରୁ ଅନୁମତି ପାଇଛି ।

ବିରାଟଙ୍କ ବାହିନୀ ସିଡନୀରେ ୧୪ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ । ଯାହା ପରେ ସେମାନେ ମାତ୍ର ଗୋଟିଏ ସପ୍ତାହ ଅଭ୍ୟାସ କରିବା ପାଇଁ ସମୟ ପାଇବେ । କଡା ବାୟୋ ସିକ୍ୟୁରିଟି ପ୍ରଟୋକୋଲ୍ ଓ ପରିସ୍ଥିତି ଅନୁଯାୟୀ କ୍ରିକେଟ୍ ମ୍ୟାଚ୍‌ଗୁଡିକ ଅନୁଷ୍ଠିତ ହେବ ।

ଅଷ୍ଟ୍ରେଲିଆ ଗସ୍ତରେ ଖେଳାଳି ନିଜ ସାଥିରେ ପରିବାରକୁ ନେବା ପାଇଁ ବିସିସିଆଇ, କ୍ରିକେଟ୍ ଅଷ୍ଟ୍ରେଲିଆକୁ ଅନୁରୋଧ କରିଥିଲା । ତେବେ ଖେଳାଳିଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ ହେବା ପରେ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଏକ ଅନୁରୋଧ କରିଛି । ବିସିସିଆଇ ଜରିଆରେ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଅଷ୍ଟ୍ରେଲିଆକୁ ଜଣେ ଯୋଗ ପ୍ରଶିକ୍ଷକ ଓ କ୍ରୀଡା ମନସ୍ତତ୍ତ୍ୱବିତଙ୍କୁ ସାଥିରେ ନେବା ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆକୁ ଅନୁରୋଧ କରିଛି । କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଅନୁରୋଧକୁ ରକ୍ଷା କରିବ ବୋଲି ବିସିସିଆଇ ଆଶାୟୀ ରହିଛି ।

କାହିଁକି ଆବଶ୍ୟକ ଯୋଗ ପ୍ରଶିକ୍ଷକ ଓ କ୍ରୀଡା ମନସ୍ତତ୍ତ୍ୱବିତ ?
ତାଜା ସ୍ଥିତିରେ କରୋନା ମହାମାରୀ ମଧ୍ୟରେ କ୍ରିକେଟ ଖେଳକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଉଛି । ବାୟୋ ବବଲ୍‌ରେ ରହିବା ଦ୍ୱାରା ବେଳେବେଳେ ଖେଳାଳି ନିଜକୁ ଅସହାୟ କିମ୍ବା ଏକାକି ମନେ କରିଥାନ୍ତି । ତା ଛଡା ନିଜକୁ ଓ ପରିବାରକୁ ନେଇ ଖେଳାଳି ବ୍ୟତିବ୍ୟସ୍ତ ହେବା ସ୍ଥିତିକୁ ଅଣଦେଖା କରାଯାଇପାରେନା । ଏହି କାରଣରୁ ଖେଳ ଯେ ନିଶ୍ଚିତ ଭାବେ ପ୍ରଭାବିତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ । ଯୋଗ ଓ ଜଣେ କ୍ରୀଡା ମନସ୍ତତ୍ତ୍ୱବିତ୍‌ଙ୍କ ସହାୟତାରେ ଖେଳାଳିଙ୍କ ମାନସିକତାକୁ ସନ୍ତୁଳିତ ରଖାଯାଇପାରେ ।

Leave A Reply

Your email address will not be published.