Latest Odisha News

BREAKING NEWS

ବିହାର ନିର୍ବାଚନ: ତେଜସ୍ୱୀ କହିଲେ ୯ ନଭେମ୍ବର ଲାଲୁଜୀ ଆସିବେ, ୧୦ରେ ନୀତିଶ ବିଦା ହେବେ

ପାଟନା: ବିହାର ନିର୍ବାଚନରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଶୁକ୍ରବାର ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ୯ ନଭେମ୍ବରରେ ଲାଲୁ ପ୍ରସାଦ ଯାଦବ ଜେଲରୁ ମୁକ୍ତ ହେବେ ଏବଂ ଏହାର ପର ଦିନ ନୀତିଶ କୁମାର ବିଦା ହେବେ । ନିର୍ବାଚନ ପ୍ରଚାର ସଭାରେ ସେ ନୀତିଶଙ୍କୁ ଟାର୍ଗେଟ କରିଥିଲେ । ୧୪୪ ଦିନ ଘର ଭିତରେ ଲୁଚି ରହିବା ପରେ ନିର୍ବାଚନ ଆସିବାରୁ ବାହାରକୁ ବାହାରିଛନ୍ତି । କରୋନା ଓ ବନ୍ୟା ବେଳେ ଆପଣମାନେ ତାଙ୍କୁ ବାହାରେ ବୁଲୁଥିବାର ଦେଖିଛନ୍ତି କି ସେ ପ୍ରଶ୍ନ କରିଥିଲେ ।

ଆମର ସରକାର ଆସିଲେ ୧୦ ଲକ୍ଷ ସରକାରୀ ଚାକିରୀ ଦେବୁ ବୋଲି ତେଜସ୍ୱୀ କହିଛନ୍ତ । ବିହାରରେ ଅକ୍ଟୋବର ୨୮ରେ ପ୍ରଥମ ଚରଣ ମତଦାନ, ନଭେମ୍ବର ୩ ଓ ୭ରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଚରଣ ମତଦାନ ହେବ । ୧୦ ନଭେମ୍ବରରେ ଫଳାଫଳ ଘୋଷଣା ହେବ ।

Leave A Reply

Your email address will not be published.