Latest Odisha News

BREAKING NEWS

ସୁପର ୮ ମୁକାବିଲା ପୂର୍ବରୁ ବିଶ୍ରାମ ନେବେ ଟିମ ଇଣ୍ଡିଆର ସଦସ୍ୟ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ଭାରତ ଅପରାଜେୟ ଭାବେ ସୁପର ଏଇଟରେ ପ୍ରବେଶ କରିଛି । ଫେବୃୟାରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତାର ସୁପର ଏଇଟ ଅଭିଯାନ ଆରମ୍ଭ କରିବ । ତେବେ ଏହା ପୂର୍ବରୁ ଟିମ ଇଣ୍ଡିଆର ସମସ୍ତ ସଦସ୍ୟଙ୍କୁ ଗୋଟିଏ ଦିନର ଛୁଟି ପ୍ରଦାନ କରାଯାଇଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହା ସ୍ପଷ୍ଟ କରିଛନ୍ତି । ଫେବୃୟାରୀ ୧୯ରେ ଭାରତୀୟ ଦଳ କୌଣସି ଅଭ୍ୟାସ କରିବ ନାହିଁ । ଏହା ପରେ ପୂର୍ବଭଳି ଅଭ୍ୟାସ କରାଯିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ସୂର୍ଯ୍ୟକୁମାର କହିଛନ୍ତି ।

ଛୁଟି ନେଲେ ମଧ୍ୟ ଆମେ ପରସ୍ପର ସହ ତ୍ରୁଟି କିପରି ସୁଧାରିବୁ ସେ ନେଇ ମଧ୍ୟ ଆଲୋଚନା କରିବୁ ବୋଲି କହିଛନ୍ତି । ଅହମ୍ମଦାବାଦରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳିମାନଙ୍କୁ ବିଶେଷ ଯାତ୍ରା କରିବାକୁ ପଡୁ ନ ଥିବାରୁ ସେମାନଙ୍କୁ ବିଶ୍ରାମ ନେବା ପାଇଁ ପର୍ଯ୍ୟାପ୍ତ ସମୟ ମିଳୁଛି । ଅଭିଷେକ ଶର୍ମାଙ୍କ ବ୍ୟାଟିଂ ଏବଂ ଟିମ ଇଣ୍ଡିଆର ଫିଲ୍ଡିଂ ମ୍ୟାନେଜମେଂଟକୁ ଚିନ୍ତାରେ ପକାଇଛି । ତେବେ ଭାରତୀୟ ଦଳରେ ଭଲ ଫିଲ୍ଡର ଥିବାରୁ ଏହା ଏକ ବଡ ସମସ୍ୟା ନୁହେଁ ବୋଲି କୁୁହାଯାଉଛି ।

Leave A Reply

Your email address will not be published.