Latest Odisha News

ଆଇସିସି ପ୍ରତିବନ୍ଧ ସତ୍ୱେ ଶ୍ରୀଲଙ୍କା ଗସ୍ତରେ ଯିବ ଭାରତ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଉପରେ ପ୍ରତିବନ୍ଧ ଲଗାଇଛି । ଏହା ସତ୍ୱେ ଆସନ୍ତା ବର୍ଷ ଭାରତୀୟ କ୍ରିକେଟ ଟିମ ଶ୍ରୀଲଙ୍କା ଗସ୍ତରେ ଯିବ ବୋଲି ସ୍ପଷ୍ଟ କରିଛି । ଏହି ଗସ୍ତରେ ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ସରକାରୀ ହସ୍ତକ୍ଷେପ କାରଣ ଯୋଗୁ ଆଇସିସି ଏହି ବାସନ୍ଦ ଦଣ୍ଡାଦେଶ ଶ୍ରୀଲଙ୍କା ବୋର୍ଡ ଉପରେ ଲଗାଇଛି । ଏଥିପାଇଁ ଶ୍ରୀଲଙ୍କା ହାତରୁ ୧୯ ବର୍ଷରୁ କମ ବିଶ୍ୱକପ ଆୟୋଜନ ଅଧିକାର ମଧ୍ୟ ଛଡେଇ ନିଆ ଯାଇଛି । ଶ୍ରୀଲଙ୍କା ପୁରୁଷ ଟିମ ୨୦୨୪ରେ ୫୨ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଅଛି । ଏଥିରେ ୧୦ଟି ଟେଷ୍ଟ, ୨୧ ଦିନିକିଆ ଓ ୨୧ଟି ଟି୨୦ ସାମିଲ । ଭାରତ ବ୍ୟତୀତ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଶ୍ରୀଲଙ୍କା ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ ବୋଲି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଜାରୀ ହୋଇଯାଇଛି ।

ଇଂଲଣ୍ଡ ପରେ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରୀଲଙ୍କା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ସୂଚନାଯୋଗ୍ୟ, ଦିିନିକିଆ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କ୍ରୀଡା ମନ୍ତ୍ରୀ ବୋର୍ଡକୁ ବରଖାସ୍ତ କରିଥିଲେ । ଏହାର ଜବାବରେ ଆଇସିସି ଶ୍ରୀଲଙ୍କାକୁ ସସପେଣ୍ଡ କରିଥିଲେ । ପରେ ଅବଶ୍ୟ ସରକାର ବୋର୍ଡ ଉପରୁ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରି ନେଇଥିଲେ ।

Comments are closed.