Latest Odisha News

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ : ୱାର୍ମ-ଅପ ମ୍ୟାଚ୍ ସୂଚୀରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ୨ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଟିମ୍‌ର ସୂଚୀରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଭାରତୀୟ ଟେଷ୍ଟ ଟିମ ଏବଂ ସ୍ଥାନୀୟ ଶ୍ରୀଲଙ୍କା ଟିମ ମଧ୍ୟରେ ଖେଳାଯିବାକୁ ଥିବା ୱାର୍ମଅପ ମ୍ୟାଚର ଅବଧିକୁ ଗୋଟିଏ ଦିନ କମାଇ ଦିଆଯାଇଛି । ପୂର୍ବରୁ ଏହି ମ୍ୟାଚ୍‌ ୪ ଦିନିଆ ହେବାର ଥିଲା, କିନ୍ତୁ ଏବେ ଏହାକୁ ୩ ଦିନିଆ କରାଯାଇଛି । ଏହି ମ୍ୟାଚ୍‌ ଅଗଷ୍ଟ ୭ ରୁ ୯ ପର୍ଯ୍ୟନ୍ତ କୋଲମ୍ବୋ ଗ୍ରାଉଣ୍ଡରେ ଖେଳାଯିବ । ଅନ୍ୟପଟେ ଭାରତୀୟ ଦଳ ଅଗଷ୍ଟ ୪ ରେ କୋଲମ୍ବୋ ଗସ୍ତ କରିବ । ପ୍ରଥମେ ୪ ଦିନିଆ ୱାର୍ମଅପ ମ୍ୟାଚ୍‌ ନେଇ ଘୋଷଣା କରିଥିଲା, କିନ୍ତୁ ଏବେ ଦଳକୁ ଏହି ପରିବର୍ତ୍ତନ ବାବଦରେ ଜଣାଇ ଦିଆଯାଇଛି । ମ୍ୟାଚ୍‌ କ୍ରମ ହ୍ରାସ ହେବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ବି  ଟିମ୍‌ ମ୍ୟାନେଜମେଣ୍ଟ ଏହାକୁ ନିଶ୍ଚିତ କରିଛନ୍ତି । ଜୁନ୍‌ ପରଠାରୁ ଭାରତ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳିନଥିବାରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌  ଦୃଷ୍ଟିରୁ ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଦଳ ପାଇଁ ଏହି ମ୍ୟାଚ୍‌ ପ୍ରସ୍ତୁତି ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ସୂଚୀ: ୩ ଦିନିଆ ୱାର୍ମ-ଅପ୍ ମ୍ୟାଚ୍: ଅଗଷ୍ଟ ୭ ରୁ ୯ (କୋଲମ୍ବୋ), ପ୍ରଥମ ଟେଷ୍ଟ: ଅଗଷ୍ଟ ୧୫ ରୁ ଆରମ୍ଭ (ଗାଲେ ),ଦ୍ୱିତୀୟ ଟେଷ୍ଟ: ଅଗଷ୍ଟ ୨୩ ରୁ ଆରମ୍ଭ (କୋଲମ୍ବୋ) । ବୁମରା ଏବଂ ସାଇ ସୁଦର୍ଶନଙ୍କ ଫିଟନେସ୍ ଅପଡେଟ: ସାଇ ସୁଦର୍ଶନ: ଗୋଡ଼ ଆଙ୍ଗୁଠିରେ ଆଘାତ ଯୋଗୁଁ ସେ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ରିହ୍ୟାବ୍‌ରେ ଥିଲେ। ଏବେ ସେ ଦ୍ରୁତ ଗତିରେ ସୁସ୍ଥ ହେଉଛନ୍ତି ଏବଂ ବ୍ୟାଟିଂ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛନ୍ତି । ଦଳର ପ୍ରସ୍ଥାନ ପୂର୍ବରୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ ବୋଲି ଆଶା କରାଯାଉଛି । ଆଣ୍ଠୁ ସମସ୍ୟା ଯୋଗୁଁ ଜସପ୍ରୀତ ବୁମରାଙ୍କୁ  ଦଳରେ ସାମିଲ କରାଯାଇଥିଲା । ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ସେ ସମ୍ପୂର୍ଣ୍ଣ ଫିଟନେସ୍‌ ହାସଲ କରିବା ବାଟରେ ଅଛନ୍ତି

Leave A Reply

Your email address will not be published.