Latest Odisha News

BREAKING NEWS

ବ୍ରିସବେନରେ ଭାରତ ରଚିପାରେ ବିଶ୍ୱରେକର୍ଡ

ବ୍ରିସବେନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିିରିଜର ଅନ୍ତିମ ମୁକାବିଲା ବ୍ରିସବେନରେ ଖେଳାଯିବ । ୨-୧ରେ ଅଗ୍ରଣୀ ଥିବା ଭାରତ ସିରିଜ ଜିତିବା ଲକ୍ଷ୍ୟରେ ରହିବ । ଅପରପକ୍ଷରେ ଅଷ୍ଟ୍ରେଲିଆ ସିରିଜ ବରାବର କରିବା ପାଇଁ ଚାହିଁବ । ବ୍ରିସବେନରେ ଭାରତ ନିକଟରେ ଏକ ବିଶ୍ୱରେକର୍ଡ ସୃଷ୍ଟି କରିବା ସୁଯୋଗ ରହିଛି । ଏଠାରେ କେବଳ ଗୋଟିଏ ଟି୨୦ ଆନ୍ତର୍ଜାତୀୟ ମ୍ୟାଚରେ ୨୦୦ରୁ ଅଧିକ ସ୍କୋର ହୋଇଛି । ୨୦୦୬ରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଘରୋଇ ଦଳ ୩ ୱିକେଟ ବିନିମୟରେ ୨୦୯ ରନ କରିଥିଲେ । ଡେମିୟନ ମାର୍ଟିନ ୯୬ ଓ ଆଣ୍ଡ୍ର‌୍ୟୁ ସାଇମଣ୍ଡସ ୫୪ ରନ କରିଥିଲେ । ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୯୫ ରନରେ ଜିତିଥିଲା ।

ଏବେ ଭାରତ ନିକଟରେ ଏହି ପିଚରେ ସର୍ବାଧିକ ସ୍କୋର କରିବା ସୁଯୋଗ ରହିଛି । ଅଭିଷେକ ଶର୍ମା ଓ ଶୁଭମନ ଗିଲ ଭଲ ଫର୍ମରେ ଥିବାର ଟିମ ଇଣ୍ଡିଆ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିବା ବୋଲି ଆଶା କରାଯାଉଛି । ତେବେ ଏଠାରେ ଭାରତର ସର୍ବୋଚ୍ଚ ସ୍କୋର ୧୬୯ ରହିଛି । ୨୧ ନଭେମ୍ବର ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏହି ସ୍କୋର କରିଥିଲା ।

Comments are closed.