ମୁମ୍ବାଇ: ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତ ଆହୁରି ୨ଟି ସିରିଜ ଖେଳିବ । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ଟି ସିରିଜ ଆୟୋଜନ କରିବ । ଅଷ୍ଟ୍ରେଲିଆ ବିପକ୍ଷରେ ୩ଟି ଟି୨୦ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୨୦, ୨୩ ଓ ୨୫ରେ ଏହି ମ୍ୟାଚ ଯଥାକ୍ରମେ ମୋହାଲୀ, ନାଗପୁର ଓ ହାଇଦ୍ରାବାଦରେ ଆୟୋଜିତ ହେବ । ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୨୮, ଅକ୍ଟୋବର ୧ ଓ ୩ରେ ତ୍ରିଭେନ୍ଦ୍ରମ, ଗୌହାଟୀ ଓ ଇନ୍ଦୋର ଟି୨୦ ଖେଳାଯିବ । ସେହିପରି ଅକ୍ଟୋବର ୬, ୯ ଓ ୧୫ରେ ରାଂଚୀ, ଲକ୍ଷ୍ନୌ ଓ ଦିଲ୍ଲୀରେ ଦିନିକିଆ ମ୍ୟାଚ ଖେଳାଯିବ । ଗାଙ୍ଗୁଲି ଏହି ଅବସରରେ ୟୁଏଇରେ ଏସିଆ କପ ଖେଳାଯିବ ବୋଲି ସ୍ପଷ୍ଟ କରିଛନ୍ତି । ଶ୍ରୀଲଙ୍କା ଏହାକୁ ଆୟୋଜନ କରିବା ନେଇ ଅକ୍ଷମତା ପ୍ରକାଶ କରିଥିଲା ।
BREAKING NEWS
- ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ
- Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
- MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ: ବୈଦେଶିକ ମନ୍ତ୍ରଣାଳୟ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ଗିରଫଦାରୀ ଭୟରେ ବିଦ୍ୟାଭାରତୀ, ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ୱସ୍ତି
- Modi, Trump talk on phone:ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା; ଏହି ସମସ୍ତ ବିଷୟ ଉପରେ …
- ସିଏଜି ସ୍କାନରରେ ଓଡ଼ିଶାର ଡିଏମ୍ଏଫ୍ ପାଣ୍ଠି: ଖଣି ପ୍ରଭାବିତ ନଥିବା ଅଞ୍ଚଳରେ ଖର୍ଚ୍ଚ ହୋଇଛି ୯୮୩ କୋଟି ଟଙ୍କା
- ଏକାଠି କାମ କରିବେ ସୈଫ୍-ପ୍ରିୟଙ୍କା: ରିତେଶ ବାତ୍ରାଙ୍କ ନିର୍ଦ୍ଦେଶନାରେ ତିଆରି ହେବ ଦମଦାର୍ ଫିଲ୍ମ
- ରାଜଧାନୀ ଉପକଣ୍ଠରେ ବେଆଇନ ଗ୍ୟାସ୍ କାରବାରର ପର୍ଦ୍ଦାଫାଶ: ୭୯ଟି ଏଲପିଜି ସିଲିଣ୍ଡର ଜବତ
- ଆଇଟି କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ୨୨ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏଆଇ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ
- ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ଶତକ ହାସଲ ପରେ ପଡ଼ିଆ ମଝିରେ ନାଚିଲେ ରୋହିତ

Comments are closed.