Latest Odisha News

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପ୍ରସ୍ତୁତିରେ ପାକିସ୍ତାନକୁ ଶକ୍ତ ଧକ୍କାେ ଲାଗିଛି । ସମସ୍ତ ଉଦ୍ୟମ ସତ୍ୱେ ଭାରତକୁ ମନାଇବାରେ ପାକିସ୍ତାନ ସଫଳ ହୋଇପାରି ନାହିଁ । ରିପୋର୍ଟ ମୁତାବକ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧୯୯୬ ପରେ ପାକିସ୍ତାନ ପ୍ରଥମ ଥର ପାଇଁ ଆଇସିସିର ବଡ ଟୁର୍ଣ୍ଣାମେଂଟ ଆୟୋଜନ କରିବାକୁ ଯାଉଛି । ଅବଶ୍ୟ ୨୦୦୮ ଏବଂ ଗତ ବର୍ଷ ଏସିଆ କପ ଆୟୋଜନ କରିଛି । ପାକିସ୍ତାନ ବଦଳରେ ୟୁଏଇ କିମ୍ବା ଶ୍ରୀଲଙ୍କାରେ ଭାରତର ମ୍ୟାଚ ଆୟୋଜନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଗତ ମାସରେ ପିସିବି ଏକ ଡ୍ରାଫ୍ଟ ସିଡ୍ୟୁଲ ଆଇସିସିକୁ ପ୍ରଦାନ କରିଥିଲା । ଏଥିରେ ମାର୍ଚ୍ଚ ୧ରେ ଭାରତ ଓ ପାକିସ୍ତାନ ମ୍ୟାଚ ଲାହୋରରେ ହେବ ବୋଲି ଉଲ୍ଲେଖ ରହିଥିଲା । ଫେବୃୟାରୀ ୨୦୨୫ରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଖେଳାଯିବ । ବିସିସିଆଇ ଏବେ ଭାରତ ମ୍ୟାଚ ଦୁବାଇରେ କରାଇବା ପାଇଁ ଆଇସିସିକୁ ଅନୁରୋଧ କରିବ ବୋଲି ଜଣାପଡିଛି । ଗତ ବର୍ଷ ଏସିଆ କପ ପାଇଁ ଭାରତ ଯାଇ ନ ଥିଲା । ସେ ସମୟରେ ଭାରତର ମ୍ୟାଚଗୁଡିକ ଶ୍ରୀଲଙ୍କାରେ କରାଯାଇଥିଲା । ଭାରତ ନ ଯିବା ନିଷ୍ପତିକୁ ସୋସିଆଲ ମିଡିଆରେ କ୍ରିକେଟପ୍ରେମୀମାନେ ସ୍ୱାଗତ କରିଛନ୍ତି ।

Comments are closed.