Latest Odisha News

BREAKING NEWS

ଚାହରଙ୍କ ହ୍ୟାଟ୍ରିକ ସହ ବୋଲରଙ୍କ ଘାତକ ବୋଲିଂ; ବାଂଲାଦେଶକୁ ୩୦ ରନରେ ପରାସ୍ତ କରି ଭାରତ ସିରିଜ୍ ବିଜୟୀ…

ନାଗପୁର: ଭାରତୀୟ ବୋଲରଙ୍କ ଘାତକ ବୋଲିଂ ପ୍ରଦର୍ଶନରେ ବାଂଲାଦେଶ ଧରାଶାୟୀ ହୋଇପଡ଼ିଛି । ଦୀପକ ଚାହରଙ୍କ ଚମତ୍କାର ହ୍ୟାଟ୍ରିକ ଭାରତର ବିଜୟକୁ ଅଧିକ ମଜବୁତ କରିପାରିଛି । ଭାରତ ନାଗପୁରଠାରେ ଖେଳାଯାଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ବାଂଲାଦେଶ ଦଳକୁ ୩୦ ରନରେ ପରାସ୍ତ କରି ଶୃଙ୍ଖଳା ଜିତିପାରିଛି ।

BjdElectrycity

ଭାରତର ୧୭୪ ରନକୁ ପିଛା କରି ବାଂଲାଦେଶ ଦଳ ୧୯.୨ ଓଭରରେ ଅଲଆଉଟ ହୋଇ କରିଛି ୧୪୪ ରନ । ଏହି ମ୍ୟାଚରେ ବାଂଲାଦଳ ବିଜୟ ଅଭିମୁଖେ ଚାଲିଥିବା ବେଳେ ଭାରତୀୟ ବୋଲର୍ ଦୀପକ ଚାହର୍ ପ୍ରତିବନ୍ଧକ ସାଜିଥିଲେ ।

ଦୀପକ ହ୍ୟାଟ୍ରିକ ସହିତ ୬ଟି ମୂଲ୍ୟବାନ ୱିକେଟ ହାସଲ କରିଥିବା ବେଳେ ଯୁବ ଭାରତୀୟ ବୋଲର୍ ଶିବମ୍ ଦୁବେ ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଚହଲଙ୍କୁ ମିଳିଛି ଗୋଟିଏ ୱିକେଟ ।

ବାଂଲାଦେଶ ଟସରେ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଶ୍ରେୟସ ଆୟାର ୬୨ ରନ, ଲୋକେଶ ରାହୁଲ ୫୨ ରନ ଏବଂ ଶିଖର ଧାୱନ ୧୯ ରନ କରିପାରିଥିଲେ । କପ୍ତାନ ରୋହିତ ଶର୍ମା ମାତ୍ର ୬ ରନ କରିଥିଲେ । ଦଳ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.