Latest Odisha News

BREAKING NEWS

ଡବ୍ଲ୍ୟୁଟିସି ଫାଇନାଲ: ବାୟୋ ବବଲ ନିୟମ ଉଲ୍ଲଂଘନ କରିଛନ୍ତି ନ୍ୟୁଜିଲାଣ୍ଡ ଖେଳାଳି, ଅଭିଯୋଗ କରିବ ବିସିସିଆଇ

ସାଉଥାମ୍ପଟନ: ୧୮ରୁ ୨୨ ଜୁନ ପର୍ଯ୍ୟନ୍ତ ଏଠାରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳାଳି ବାୟୋ ବବଲ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିଛି । କ୍ରିକବିଜରେ ପ୍ରକାଶିତ ଖବର ଅନୁସାରେ ନ୍ୟୁଜିଲାଣ୍ଡର ୬ଜଣ ଖେଳାଳି କୋଭିଡ ନିୟମ ଉଲ୍ଲଂଘନ କରିବା ସହ ଗଲ୍ଫ ଖେଳିବାକୁ ବାହାରକୁ ଯାଇଥିଲେ । ଭାରତୀୟ ଟିମ୍ ମ୍ୟାନେଜମେଂଟ ଏଥିନେଇ ଚିନ୍ତିତ ହୋଇ ପଡିଛି । ବିସିସିଆଇ ସମ୍ପୃକ୍ତ ଘଟଣା ନେଇ ଆଇସିସି ନିକଟରେ ଅଭିଯୋଗ କରିବ ବୋଲି ଜଣାପଡିଛି ।

ବିସିସିଆଇ ଚୂଡାନ୍ତ ୧୫ ଜଣିଆ ଦଳରେ ସ୍ଥାନ ପାଇ ନ ଥିବା ଖେଳାଳିମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ଖେଳାଳିମାନେ ହେଲେ କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଅଭିମନ୍ୟୁ ଈଶ୍ୱରନ, ପ୍ରସିଦ୍ଧ କ୍ରିଷ୍ଣା, ଅଭେଶ ଖାଁ ଓ ଅର୍ଜନ ନାଗୱାସୱାଲା ।

Leave A Reply

Your email address will not be published.