Latest Odisha News

BREAKING NEWS

ନିଆରା ଶୈଳୀରେ ଲୋକଙ୍କୁ ଟିକାକରଣ କରିବାକୁ ନିବେଦନ କଲା ଟିମ୍‌ ‘ଆର୍‌ଆର୍‌ଆର୍‌’

ମୁମ୍ବାଇ: ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଆରଆରଆର ଟିମ୍‌ ଗୁରୁବାର ଏକ ଭିଡିଓ ଜରିଆରେ  ଏକତ୍ରିତ ହୋଇ ମହାମାରୀ କରୋନାର ଦ୍ୱିତୀୟ ତରଙ୍ଗ ସମୟରେ ସମସ୍ତଙ୍କୁ ଟିକାକରଣ ଏବଂ ମାସ୍କ ପିନ୍ଧିବାକୁ ନିବେଦନ କରିଛନ୍ତି।

ଏହି ଭିଡିଓରେ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ସହ ଆଲିଆ ଭଟ୍ଟ, ଜୁନିୟର୍‌ ଏନଟିଆର, ରାମ ଚରଣ, ଅଜୟ ଦେବଗନଙ୍କ ସମେତ ଆରଆରଆର ପୁରା କାଷ୍ଟ ରହିଛି।

ଏହାପୂର୍ବରୁ, ଆରଆରଆର ଟିମ୍‌ ଟ୍ୱିଟରରେ ଏକ ଇନ୍‌ଫର୍‌ମେସନ୍‌ ପୋର୍ଟାଲ୍‌ ଆରମ୍ଭ କରିଥିଲେ ଯେଉଁଠାରେ କୋଭିଡ ରୋଗୀଙ୍କ ପାଇଁ କୋଭିଡ୍‌ ହସ୍ପିଟାଲ ବେଡ, ଅକ୍ସିଜେନ ସିଲିଣ୍ଡର, ପ୍ଲାଜମା ଦାତା ଇତ୍ୟାଦି ବିଷୟରେ ପ୍ରାମାଣିକ ସୂଚନା ପୋଷ୍ଟ କରାଯାଇଥିଲା।

Leave A Reply

Your email address will not be published.