Latest Odisha News

BREAKING NEWS

ବାଲୁକାକଳାରେ ସୁଷମା ସ୍ୱରାଜଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ପୁରୀ/ଭୁବନେଶ୍ୱର: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଜନପ୍ରିୟ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗଳବାର ଦିନ ଦେହାନ୍ତ ହେବାପରେ ବୁଧବାର ଦିନ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସୁଷମାଙ୍କ ପରଲୋକ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେବା ସହିତ ଦେଶବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ନୂଆଦିଲ୍ଲୀସ୍ଥିତ ଲୋଧୀରୋଡ୍ ବିଦ୍ୟୁତ ଶ୍ମଶାନଘାଟରେ ହିିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ପଞ୍ଚଭୂତରେ ଲୀନ ହୋଇଯାଇଥିଲେ ମଧ୍ୟ ଭାରତୀୟ ଜନଗଣରେ ସୁଷମା ଅପାଶୋରା ସ୍ମୃତିଟିଏ ହୋଇ ରହିଯାଇଛନ୍ତି ।

ଓଡ଼ିଶାର ଅନ୍ତର୍ଜାତୀୟସ୍ତରର ବାଲୁକାଶିଳ୍ପୀମାନେ ବାଲୁକାକଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଖ୍ୟାତନାମା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୁଷମାଙ୍କ ଅନ୍ତିମ ଟ୍ୱିଟରେ ସେ କିପରି ୩୭୦ ଧାରା ଉଚ୍ଛେଦ ଲାଗି ଜୀବନବ୍ୟାପୀ ଆଶା ରଖିଥିଲେ ତାହାକୁ ନିଜର ବାଲୁକାକଳାରେ ସ୍ଥାନ ଦେଇଛନ୍ତି ।

ସେହିପରି ଅନ୍ୟତମ ବାଲୁକାଶିଳ୍ପୀ ମାନସ ସାହୁ ସ୍ୱର୍ଗତଃ ସୁଷମା ସ୍ୱରାଜଙ୍କୁ ନିଜର ବାଲୁକା କଳାକୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜନପ୍ରିୟ ନେତ୍ରୀ ତଥା ପ୍ରଚଣ୍ଡ ବାଗ୍ମୀ ସୁଷମାଙ୍କୁ ମାନସ ନିଜର ସୁନ୍ଦର ବାଲୁକାକଳାରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.