Latest Odisha News

BREAKING NEWS

ଗଦର-୨ର ସଫଳତାକୁ ନେଇ ଖୁସିରେ କାନ୍ଦି ପକାଇଲେ ସନ୍ନି ଦେଓଲ

ମୁମ୍ବାଇ : ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନିତ ଫିଲ୍ମ ‘ଗଦର-୨’ କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଷା ପଟେଲଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରିଛି । କେବଳ ସେତିକି ନୁହେଁ, ବକ୍ସ ଅଫିସରେ ବି ଏହି ଫିଲ୍ମ ସୁପରହିଟ୍ ସାବ୍ୟସ୍ତ ହୋଇଛି । ଫିଲ୍ମ ଭାରତ ସମେତ ବିଦେଶରେ ବି ଭଲ ବ୍ୟବସାୟ କରୁଛି । ‘ଗଦର ୨’ ରିଲିଜ ହେବାର ୧୨ ଦିନ ମଧ୍ୟରେ ୪୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରି ସାରିଛି । ଫିଲ୍ମର ସଫଳତାକୁ ନେଇ କାନ୍ଦି ପକାଇଲେ ଅଭିନେତା ସନ୍ନି ଦେଓଲ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ନିକଟରେ ସନ୍ନି ଦେଓଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ବହୁତ ଭାବପ୍ରବଣ ହୋଇପଡ଼ିଥିବା ନଜର ଆସିଛନ୍ତିି । ସେ କାନ୍ଧି ପକାଇବା ସହ ତାଙ୍କ ଆଖିରେ ଲୁହ ଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ସନ୍ନି ଦେଓଲ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉ କହିଛନ୍ତି ଯେ, ସମସ୍ତଙ୍କୁ ନମସ୍କାର, ସର୍ବପ୍ରଥମେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣମାନେ ‘ଗଦର-୨’କୁ ଏତେ ମାତ୍ରାରେ ପସନ୍ଦ କରିଛନ୍ତି । ମୁଁ କେବେ ଭାବି ନ ଥିଲି । ଆମେ ୪୦୦ କୋଟି ଅତିକ୍ରମ କରିବୁ । ସେଥିପାଇଁ ଧନ୍ୟବାଦ ।

ଗତ ୧୧ ତାରିଖରେ ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା । ୨୦୦୧ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଗଦର: ଏକ ପ୍ରେମ କଥା’ର ସିକ୍ୱେଲ ହେଉଛି ‘ଗଦର-୨’ । ସେଥିରେ ବି ସନ୍ନି ଦେଓଲ ଓ ଅମିଷା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଗଦର ଏକ୍ ପ୍ରେମ୍ କଥା’ର କାହାଣୀ ଇଣ୍ଡୋ-ପାକ୍ ବିଭାଜନ ପରେ ସକିନା ନାମକ ଜଣେ ମୁସଲମାନ ଯୁବତୀଙ୍କ ସହ ତାରା ସିଂହ ନାମକ ଜଣେ ଭାରତୀୟ ଶିଖ ଯୁବକଙ୍କ ସହିତ ପ୍ରେମକୁ ଚିତ୍ରଣ କରିଥିଲା ।‘ଗଦର’ରେ, ତାରା ସିଂହ ପାକିସ୍ତାନ ଯାଇ ତାଙ୍କ ପତ୍ନୀଙ୍କୁ ଫେରାଇ ଆଣନ୍ତି ଏବଂ ବର୍ତ୍ତମାନ ‘ଗଦର ୨’ ରେ ସେ ପୁଣି ସୀମା ପାର ହୋଇଛନ୍ତି ନିଜ ପୁଅକୁ ଫେରି ପାଇବା ପାଇଁ ।

Leave A Reply

Your email address will not be published.