Latest Odisha News

BREAKING NEWS

ଜହ୍ନ ରାଇଜରେ ଭାରତ: କ’ଣ କହିଲେ ଚନ୍ଦ୍ରଯାନ-୨ର ନେତୃତ୍ୱ ନେଇଥିବା କେ.ସିବନ?

ବେଙ୍ଗାଲୁରୁ: ଭାରତ ଚନ୍ଦ୍ରକୁ ଜୟ କରିଛି। ଏବେ ଜହ୍ନ ରାଇଜରେ ଭାରତ ପାଦ ଥାପିଛି। ଭାରତର ଚନ୍ଦ୍ରଯାନ -୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିଛି। ଏହି ଅବସରରେ ଦେଶ ତଥା ବିଶ୍ବରେ ଭାରତ ଏବଂ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟି ଥିବା ବେଳେ ଜୟଜୟକାର ହେଉଛି। ଏହି କ୍ରମରେ ଇସ୍ରୋ୍ର ପୂର୍ବତନ ଚେୟାରମ୍ୟାନ୍ ଚନ୍ଦ୍ରଯାନ -୩ର ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି ଢ

ଚନ୍ଦ୍ରଯାନ-୩ର ସଫଳତା ପାଇଁ ଖୁସି ବ୍ୟକ୍ତ କରି ଇସ୍ରୋର ପୂର୍ବତନ ମୁଖିଆ କେ. ସିବନ କହିଛନ୍ତି ଯେ ଆମେ ଏହି ମୁହୂର୍ତ୍ତକୁ ବହୁ ବର୍ଷ ଧରି ଅପେକ୍ଷା କରିଛୁ। ଏହି ସଫଳତା ପାଇଁ ସେ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସମର୍ଥନ କରିଥିବାରୁ ସେ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହା କେବଳ ଇସ୍ରୋର ସଫଳତା ନୁହେଁ ବରଂ ସମଗ୍ର ଦେଶର ସଫଳତା।

କେ ସିବନ କହିଛନ୍ତି ଯେ ଚନ୍ଦ୍ରଯାନ -୩ ର ବିଜ୍ଞାନ ତଥ୍ୟ କେବଳ ଭାରତ ପାଇଁ ନୁହେଁ ବରଂ ଗ୍ଲୋବାଲ ସାଇଣ୍ଟିଷ୍ଟ ଅର୍ଥାତ୍ ସମଗ୍ର ବିଶ୍ୱ ପାଇଁ ହେବ। ଏହି ତଥ୍ୟକୁ ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ବ୍ୟବହାର କରିବେ ଏବଂ ନୂଆ ଆବିଷ୍କାର କରାଯିବ।

୨୦୧୯ରେ ଚନ୍ଦ୍ରଯାନ-୨ ଲଞ୍ଚ ହେବା ସମୟରେ କେ ସିବନ ଇସ୍ରୋର ଚେୟାରମ୍ୟାନ୍ ଥିଲେ। ତାଙ୍କ ନିର୍ଦ୍ଦେଶରେ ଚନ୍ଦ୍ରଯାନ-୨ ଆଂଶିକ ସଫଳ ହୋଇଥିଲା। ଚନ୍ଦ୍ରଯାନ-୨ ର କକ୍ଷପଥ ସଫଳତାର ସହିତ ଏହାର କକ୍ଷପଥରେ ପହଞ୍ଚି ସାରିଥିଲା ​​କିନ୍ତୁ ଶେଷ ମୁହୂର୍ତ୍ତରେ  ଯାନ୍ତ୍ରିକ ସମସ୍ୟା ରହିଥିଲା। ଏହାପରେ ଚନ୍ଦ୍ରଯାନ-୩ ପାଇଁ ଭାରତ ପ୍ରୟାସ ଆରମ୍ଭ କରିଥିଲା।

Leave A Reply

Your email address will not be published.