Latest Odisha News

BREAKING NEWS

କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଯୁବକ

ବ୍ରହ୍ମପୁର: କରୋନାରେ ସଂକ୍ରମିତ ହୋଇ ହାଇଦ୍ରାବାଦରେ ପ୍ରାଣ ହରାଇଛନ୍ତି ବ୍ରହ୍ମପୁରର ଜଣେ ଯୁବକ । ମୃତ ଯୁବକଙ୍କ ନାମ ଦୀପକ ପଟ୍ଟନାୟକ । ଦୀପକ ହାଇଦ୍ରାବାଦର ଏକ ଅଗ୍ରଣୀ ଆଇଟି କମ୍ପାନୀ ସହିତ କାମ କରୁଥିଲେ।

ସୂଚନାନୁସାରେ, ଦୀପକ କିଛିଦିନ ତଳେ ବିବାହ କରିଥିଲେ। ସ୍ତ୍ରୀ ସହ ହାଇଦ୍ରାବାଦରେ ରହୁଥିବା ୩୩ ବର୍ଷୀୟ ଦୀପକ ସଉଦା ପାଇଁ ବାହାରକୁ ଯାଉଥିବା ବେଳେ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଥିଲେ ।

ବର୍ତ୍ତମାନ ଦୀପକଙ୍କ ପତ୍ନୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

Comments are closed.