Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

BjdElectrycity

ତା ୨୮-୦୪-୨୦୨୦ ମଙ୍ଗଳବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅପ୍ରେଲ 
ତା ୨୮ ରିଖ ମଙ୍ଗଳବାର ମେଷ ୧୬ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ପଞ୍ଚମୀ
ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର 
ଘାତ ବାର-:  ମକର  ରାଶିର
ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ଓ ବିଛା, କୁମ୍ଭ ରାଶି ମହିଳାଙ୍କର
ଆଜି-: ଆଦି ଶଙ୍କରାଚାର୍ଯ୍ଯ ଜୟନ୍ତୀ, କୁଳବୃଦ୍ଧ ମଧୂବାବୁ ଜୟନ୍ତୀ
ଆଜି: ବେଲ ଖାଇବା  ନିଷେଧ
ମେଷ  :  କର୍ମ କ୍ଷେତ୍ରରେ ବାଦ ବିବାଦର ସମ୍ମୁଖୀନ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଅସଫଳତା ଲାଭ କରିବେ ।ଗ୍ରାହ୍ଯସ୍ଥ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ ।ଯାତ୍ରା  ଜନିତ ପୀଡା ଅନୁଭବ କରିବେ ।
ବୃଷ :  ଦେହ ମନ ସୁସ୍ଥ ରହିବ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିବେ ।ନିଜର ଜୀବନ ସାଥୀ ପୂର୍ଣ୍ଣ ସହଯୋଗ କରିବ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ । ଶତୃମାନେ ପରାଜିତ ହେବେ ।
ମିଥୁନ  : ବହୁଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ଭାତୃ ବିବାଦ ପାରିବାରିକ ଅଶାନ୍ତି ଦୂରେଇ ଯିବ । ମହିଳାମାନେ ଗୃହ କାର୍ଯ୍ୟରେ ପ୍ରଶଂସନୀୟା ହେବେ । ଆୟ ବୃଦ୍ଧି ଘଟିବ । ଦୂର ସ୍ଥାନକୁ ଯାତ୍ରା କରିବେ ।
କର୍କଟ : ଶାରୀରିକ ଓ ମାନସିକ ପୀଡା  ଦେଖା ଦେବ । ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ । କୌଣସି ବ୍ୟକ୍ତି ଅସମ୍ମାନିତ କରିପାରେ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ । ବ୍ଯବସାୟରେ ଆଶାନୁରୂପ ସଫଳତା ପାଇବେ ନାହିଁ ।
ସିଂହ : ଜଗିରଖି ଚଳନ୍ତୁ ନଚେତ୍ ଅସୁବିଧା ପଡିପାରନ୍ତି । ଆଶା ଆଶଙ୍କା ଦେଇ ଗତି କରିବେ । ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ପରିବାରରେ ମତପାର୍ଥକ୍ଯ ଦେଖା ଦେବ ।ବ୍ଯବସାୟରେ ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ରହିଛି। । ଶତୃମାନେ ଚକ୍ରାନ୍ତ କରିବେ ।
କନ୍ୟା  : ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ଆର୍ଥିକ ଅଭିବୃଦ୍ଧି ଘଟିବ ।ପାରିବାରିକ ଜୀବନରେ ସୁଖ ଶାନ୍ତି ବିରାଜମାନ କରିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ  । ଲୋକସମ୍ପର୍କ ବୃଦ୍ଧି ପାଇବ । ନୂତନ  ଗୃହ ବା ଭୂମି କ୍ରୟ କରିବେ ।
ତୁଳା :   ମନ ନିର୍ମଳ ରହିବ ଦେହ ମନ ସୁସ୍ଥ ରହିବ ।ପ୍ରତ୍ୟେକ ଦିଗରୁ ଶୁଭ ଫଳ ପାଇବ ।ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ଆୟ ବୃଦ୍ଧି ଘଟିବ । ଛାତ୍ରଛାତ୍ରୀମାନେ ବିଦ୍ଯାରେ ଖ୍ଯାତି ଅର୍ଜନ କରିବେ ।
ବିଛା  : ସ୍ଥିରତା ଅବଲମ୍ବନ କରନ୍ତୁ ।କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ। ପାରିବାରିକ ସମସ୍ଯା ମନକୁ ଭାରାକ୍ରାନ୍ତ କରାଇବ । ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ । ଶାରୀରିକ ପୀଡା ଅନୁଭବ କରିବେ ।
ଧନୁ : ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ । ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ । ଶତୃମାନେ ଚକ୍ରାନ୍ତ କରିବେ ।ନିର୍ମାଣଧୀନ କାର୍ଯ୍ୟରେ ବାଧା ବିଘ୍ନ ଦେଖାଦେବ।
ମକର :  ଆଜି ଦିନଟି ସମ୍ପୁର୍ଣ୍ଣ ଭଲ କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ  । ଶତୃମାନେ ପରାଜୟ ହେବେ । ଆୟ ବୃଦ୍ଧି ଘଟିବ । ବ୍ଯବସାୟୀମାନେ ଲାଭବାନ ହେବେ । ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।
କୁମ୍ଭ : ଯଗି ରଖି ଚଳନ୍ତୁ ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।କର୍ମ କ୍ଷେତ୍ରରେ ନାନାପ୍ରକାର ସମସ୍ଯା ଦେଖା ଦେବ । ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ମାଲିମକଦମାରେ  ଜଡିତ ହୋଇ ପାରନ୍ତି  ।
ମୀନ : ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ । ଧନ ଓ ବସ୍ତ୍ର ଲାଭ ହେବ । କର୍ମ କ୍ଷେତ୍ରରେ ସମ୍ମାନିତ ହେବେ । ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ଲାଭ କରିବେ । ଶତୃମାନେ ପରାଜିତ ହେବେ ।
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.