Latest Odisha News

BREAKING NEWS

ଇନ୍ଦୋର-ଭୁବନେଶ୍ୱର ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି; ରନୱେରୁ ଫେରିଲା

ଭୁବନେଶ୍ୱର: ଇନ୍ଦୋରରୁ ଭୁବନେଶ୍ୱର ଯାଉଥିବା ଇଣ୍ଡିଗୋ ବିମାନ ‘6E 6332’ (ଏୟାରବସ୍ A320 ନିଓ ବିମାନ) ସୋମବାର ଦିନ ମଝି ରନୱେରୁ ଫେରି ଯାଇଛି।

ସୂଚନା ଅନୁଯାୟୀ, ବିମାନଟି ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏଥିରେ ୧୪୦ ଜଣ ଯାତ୍ରୀ ଥିଲେ। ବିମାନର ପାଇଲଟ୍ ଯାନ୍ତ୍ରିକ ତ୍ରୁଟି ଅନୁଭବ କରିବା ମାତ୍ରେ ତୁରନ୍ତ ରନୱେରୁ ବିମାନଟିକୁ ଟର୍ମିନାଲକୁ ଫେରାଇ ଆଣିଥିଲେ। ଏନେଇ ଦେବୀ ଅହଲ୍ୟାବାଇ ହୋଲକର ବିମାନବନ୍ଦରର ଅଧିକାରୀମାନେ ସୂଚନା ଦେଇଛନ୍ତି।

ବିମାନବନ୍ଦର କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ, ବିମାନରେ ଏକ ଛୋଟ ଯାନ୍ତ୍ରିକ ତ୍ରୁଟି ଥିଲା, ଯାହା ଯୋଗୁଁ ବିମାନକୁ ତୁରନ୍ତ ଫେରାଇ ନିଆଯାଇଥିଲା, ଫଳରେ ବିମାନଟି ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ରନୱେରେ ଠିଆ ହୋଇଥିଲା। ଯଦିଓ ଏହି ସମୟ ମଧ୍ୟରେ ସମସ୍ତ ଯାତ୍ରୀ ବିମାନରେ ବସି ରହିଥିଲେ।

ବିମାନବନ୍ଦର ନିର୍ଦ୍ଦେଶକ ବିପିନକାନ୍ତ ସେଠ କହିଛନ୍ତି ଯେ ବିମାନଟି ଉଡ଼ାଣ ପାଇଁ ରନୱେ ଆଡକୁ ଯାଉଥିବା ସମୟରେ ପାଇଲଟ୍ ଇଣ୍ଡିଗୋ ବିମାନ ନମ୍ବର ‘6E 6332’ ରେ ଯାନ୍ତ୍ରିକ ତ୍ରୁଟି ଅନୁଭବ କରିଥିଲେ। ବିମାନଟିକୁ ପୁଣି ଥରେ ଏପ୍ରନ୍ କୁ ଅଣାଯାଇଥିଲା ଏବଂ ଇଞ୍ଜିନିୟରମାନେ “ସାମାନ୍ୟ ଯାନ୍ତ୍ରିକ ତ୍ରୁଟି” ସଂଶୋଧନ କରିବା ପରେ ଏହାକୁ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା।

 

Comments are closed.