Latest Odisha News

ବୈଷୟିକ ଜ୍ଞାନ କୌଶଳରେ ଗୋପାଳନ ଚାଷୀଙ୍କ ଉତ୍ପାଦନ ବୃଦ୍ଧି ପାଇଲା, କିପରି ଜାଣନ୍ତୁ…

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବୁରୁପାଦ ଗ୍ରାମର ଗୋପାଳନ ଚାଷୀ ଅଜୟ ବରଦା ୭ ବର୍ଷ ପୂର୍ବରୁ ମାତ୍ର ୫ଟି ଗାଈରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ ।

ମାତ୍ର ସେ ଏମିତି ଏକ ଉନ୍ନତମାନର ବୈଷୟିକ କୃଷି ପ୍ରଣାଳୀକୁ ଆପଣାଇ ନେଲେ ଯେ, ଏବେ ତାଙ୍କ ପାଖରେ ରହିଛି ୧୧ଟି ଗାଈ ।

ଅଜୟଙ୍କ କହିବାନୁଯାୟୀ, ଏବେ ସେ ଦୈନିକ ୩୦ ଲିଟର୍ କ୍ଷୀର ଉତ୍ପାଦନ କରିପାରୁଛନ୍ତି ଏବଂ ସେଥିମଧ୍ୟରୁ ୨୨ରୁ ୨୮ ଲିଟର କ୍ଷୀର ଗ୍ରାମ୍ୟ ଦୁଗ୍ଧ ସୋସାଇଟିରେ ବିକ୍ରି କରୁଛନ୍ତି ।

ଯଦିଓ ବେଳେବେଳେ ଗାଈମାନଙ୍କ ଅସୁସ୍ଥତା ଯୋଗୁଁ ବ୍ୟସ୍ତ ହୋଇପଡ଼ିଥାନ୍ତି କିନ୍ତ ନିକଟସ୍ଥ ବ୍ଲକ ପଶୁ ଚିକିତ୍ସକ (ଭିଏଏସ)ଙ୍କ ଅକୁଣ୍ଠଚିତ ସାହାଯ୍ୟ ଯୋଗୁଁ କେବେ ଅସୁବିଧା ଭୋଗିନାହାନ୍ତି ବୋଲି ଏହି ସଫଳ ଗୋପାଳନ ଚାଷୀ କହିଛନ୍ତି ।

କିଛିଦିନ ଏମିତି ଗୋପାଳନ କରିବା ପରେ ଅଜୟ ‘ରିଲାଏନ୍ସ ଫାଉଣ୍ଡେସନ’ ସମ୍ପର୍କରେ ଖବର କାଗଜରୁ ଜାଣିବାକୁ ପାଇଲେ । “ଏବେ ଏହି ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ମୁଁ ବିଶେଷ ଭାବେ ଉପକୃତ ହୋଇପାରୁଛି । ଏହି ସଂସ୍ଥା ମାଧ୍ୟମରେ ଗାଈମାନଙ୍କର ବିଭିନ୍ନ ରୋଗର ଚିକିତ୍ସା ସମ୍ପର୍କୀତ ବିବରଣୀ ପାଇ ପାରୁଛି । ମୋତେ ପୂର୍ବପରି ଅନ୍ୟଉପରେ ନିର୍ଭର କରିବାକୁ ପଡୁନାହିଁ । ଏହି ସଂସ୍ଥା ଦ୍ୱାରା ପରାମର୍ଶକୁ ମୁଁ ପାଳନ କରିବା ଦ୍ୱାରା ମୁଁ ପୂର୍ବାପେକ୍ଷା ଅଧିକ ଉପକୃତ ହୋଇପାରୁଛି,”ବୋଲି କହିଛନ୍ତି ଅଜୟ ।

କେବଳ ସେତିକି ନୁହେଁ, ଅଜୟଙ୍କ ମତରେ ଏହି ସଂସ୍ଥା ଦ୍ୱାରା ସେ ତାଙ୍କ ଚାଷଜମିରେ ଯେଉଁସବୁ ଧାନ ଓ ପରିବା ଚାଷ କରିଥାଆନ୍ତି ସେଥିରେ କେଉଁ ପ୍ରକାର ଉନ୍ନତମାନର କୀଟନାଶକ ତଥା ବିହନ ଶଷ୍ୟ ଉପଯୋଗ କରିବା ଉଚିତ ତାହାର ମଧ୍ୟ ପରାମର୍ଶ ନେଇ ସେ ବିଶେଷ ଭାବେ ଉପକୃତ ହୋଇପାରିଛନ୍ତି ।

“ଏହି ଫାଉଣ୍ଡେସନ ଆମ ଗ୍ରାମରେ ଫିଡ୍ ଏବଂ ଫୁଡ଼ର ମ୍ୟାନେଜମେଣ୍ଟ କର୍ମଶାଳା କରିଛନ୍ତି । ଗୋପାଳନରେ ଉନ୍ନତ ଗୋଖାଦ୍ୟ ସମ୍ପର୍କୀତ ଉପଯୋଗୀ ପରାମର୍ଶ ଆମେ କୃଷି ବୈଜ୍ଞାନିକମାନଙ୍କଠାରୁ ପାଇପାରୁଛୁ । ଆମେ ଏବେ ଆଜୋଲା ଏବଂ ହାଇବ୍ରିଡ୍ ନାପିଏର ଚାଷ କରିବା ସମ୍ପର୍କରେ ଜ୍ଞାନ ଆହରଣ କରିପାରିଛୁ । ଏହିସବୁ କୃଷି ପରାମର୍ଶ କେବଳ ଯେ ଆମର ଦୈନନ୍ଦିନ ଜୀବନରେ ଚାଷକାର୍ଯ୍ୟରେ ସାହାଯ୍ୟ କରିପାରୁଛି ତାହାନୁହେଁ, ବରଂ ଏହାଦ୍ୱାରା ଆମର ଉତ୍ପାଦନ ଦ୍ୱିଗୁଣିତ ହେବାରେ ଲାଗିଛି” । କେବଳ ଗଞ୍ଜାମ ଜିଲ୍ଲାର କୃଷକ ଅଜୟ ଏକା ନୁହଁନ୍ତି ବରଂ ଅନେକ ଗରିବ ଚାଷୀ ରିଲାଏନ୍ସ ଫାଉଣ୍ଡେସନର ଉନ୍ନତ ମାନର ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ କୃଷି ଉତ୍ପାଦନକୁ ବୃଦ୍ଧି କରିପାରିଛନ୍ତି ।

ଏହି କୃଷକମାନେ ଏବେ ଆତ୍ମନିର୍ଭରଶୀଳ ହୋଇପାରିବା ସହିତ ବାହାରୁ ପୂର୍ବପରି ଆଉ ଅଧିକ ମୂଲ୍ୟର ଗୋଖାଦ୍ୟ ନକିଣିବାକୁ ଏବେ ଚିନ୍ତା କରୁଛନ୍ତି, କାରଣ ନିଜ ଚାଷ ଜମିରେ କିପରି ଗାଈମାନଙ୍କ ଲାଗି ଖାଦ୍ୟ ଉତ୍ପାଦନ କରିହେବ ତାହାର ଜ୍ଞାନ କୌଶଳ ଏବେ ଏହି ସଂସ୍ଥା ମାଧ୍ୟମରେ ତାଲିମପ୍ରାପ୍ତ ହୋଇଛନ୍ତି ।

ଅଜୟ ନିଜ ଫୋନରେ ‘ଜିଓ ଚାର୍ଟ ଆପ’ ଅପଲୋଡ଼ କରିଛନ୍ତି । “ଏହି ଆପ୍ଲିକେସନ ମାଧ୍ୟମରେ ବିଭିନ୍ନ କୃଷି ସମ୍ପର୍କୀତ ଭିଡ଼ିଓ ଦ୍ୱାରା ଆମେ ସିଧାସଳଖ ଏହାର କୌଶଳ ସମ୍ପର୍କରେ ଅବଗତ ହୋଇପାରୁଛୁ । ଗୋପାଳନ ସମ୍ପର୍କରେ ସୁବିଧାରେ ଆମେ ଅତ୍ୟାଧୁନିକ ଜ୍ଞାନ କୌଶଳ ଆହରଣ କରିପାରୁଛୁ,” ବୋଲି କହିଛନ୍ତି ଗଞ୍ଜାମର ଏହି ସଫଳ ଚାଷୀ ଅଜୟ ।

“ଏହା ଦ୍ୱାରା କେବଳ ଯେ ମୋର ଆୟ ବୃଦ୍ଧି ଘଟିଛି ତାହା ନୁହେଁ, ବରଂ ଅନେକ ମାତ୍ରାରେ ଅଯଥା ଖର୍ଚ୍ଚକୁ ହ୍ରାସ କରିବାରେ ଏହା ସହାୟକ ହୋଇପାରିଛି,” ବୋଲି କହିଛନ୍ତି ଫାଉଣ୍ଡେସନ ଦ୍ୱାରା ଉପକୃତ ହୋଇଥିବା ଚାଷୀ ଅଜୟ ।

Comments are closed.