ଜୟପୁର: ରାଜସ୍ଥାନର ବିକାନେର ଜିଲ୍ଲାରେ ଜଣେ ଜୁନିଅର ବର୍ଗର ଜାତୀୟ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ପାୱାରଲିଫ୍ଟରଙ୍କ ବେକରେ ୨୭୦ କିଲୋଗ୍ରାମର ରଡ୍ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଜିମରେ ଅଭ୍ୟାସ ସମୟରେ ଏହି ଯୁବ ପାୱାରଲିଫ୍ଟର ଯଷ୍ଟିକା ଆଚାର୍ଯ୍ୟ (୧୭)ଙ୍କ ବେକରେ ଓଜନିଆ ରଡ୍ ପଡ଼ିଯିବାରୁ ମୃତ୍ୟୁ ଘଟିଛି। ଏହି ଘଟଣାରେ ତାଙ୍କର ଟ୍ରେନର ମଧ୍ଯ ଆହତ ହୋଇଛନ୍ତି।
ତେବେ ଦୁର୍ଘଟଣା ପରେ ତୁରନ୍ତ ଯଷ୍ଟିକାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ଯଷ୍ଟିକାଙ୍କ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ମାମଲାରେ କୌଣସି ମାମଲା ରୁଜୁ କରି ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ନିକଟରେ ସେ ଗୋଆରେ ଅନୁଷ୍ଠିତ ୩୩ ତମ ଜାତୀୟ ବେଞ୍ଚ ପ୍ରେସ୍ ଚାମ୍ପିଅନସିପର ଇକ୍ୱିପ୍ସ ବର୍ଗରେ ସ୍ୱର୍ଣ୍ଣ ଏବଂ କ୍ଲାସିକ୍ ବର୍ଗରେ ରୌପ୍ୟ ପଦକ ଜିତିଥିଲେ।
Comments are closed.