ଭୁବନେଶ୍ଵର: ବିଧାନସଭା ବଜେଟ ଅଧିବେସନର ପ୍ରଶ୍ନ କାଳରେ ବଡ ଘୋଷଣା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମାହାଲିଙ୍ଗ । ରାଜ୍ୟରେ ନିର୍ମାଣ ହେବ ୨୭ଟି ବ୍ୟାରେଜ ଓ ୭୨ଟି ଜଳାଶୟ । ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ବ୍ୟାରେଜ ଓ ଜଳାଶୟ ପାଇଁ ୫୧ ହଜାର କୋଟି ବ୍ୟୟବରାଦ ହୋଇଥିବା ବେଳେ ଖୁବଶୀଘ୍ର ଆରମ୍ଭ ହେବ ଡିପିଆର କାର୍ଯ୍ୟ ବୋଲି କହିଛନ୍ତି ମନ୍ତ୍ରୀ ।
ବିଧାନସଭା ପ୍ରଶ୍ନ କାଳରେ ଘୋଷଣା କରି ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ନିର୍ମାଣ ହେବ ୩୧ଟି ବୃହତ୍ ଜଳ ପ୍ରକଳ୍ପ ଓ ୨୭ଟି ବ୍ୟାରେଜ୍ । ୭୨ଟି ଷ୍ଟ୍ରକ୍ଚର୍ ଓ ୭୯ଟି କ୍ଷୁଦ୍ର ଜଳପ୍ରକଳ୍ପ ପାଇଁ ଯୋଜନା ହୋଇଛି । ଏହି ପ୍ରକଳ୍ପ ପାଇଁ ମୋଟ ୫୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଖୁବଶୀଘ୍ର ଏହାର ଡିପିଆର୍ କାର୍ଯ୍ୟ ଆରମ୍ଭ ହେବ । ଜଳ ସମ୍ପଦ ବିଭାଗ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି, ୫ବର୍ଷରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।
ସେହିପରି ମହାନଦୀରେ ଇନ୍ଷ୍ଟ୍ରିମ ଷ୍ଟୋରେଜ କରିବା ପାଇଁ ଗତ ସରକାର ୨ଟି ପ୍ରୋଜେକ୍ଟ ଆରମ୍ଭ କରିଥିଲେ। କିନ୍ତୁ ନୂଆ ସରକାର କାହିଁକି ସେ ଦୁଇଟି ପ୍ରକଳ୍ପକୁ କାହିଁକି ବାତିଲ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ। ଏହାର ଉତ୍ତରରେ ଟେଣ୍ଡର କାହିଁକି ବାତିଲ ହୋଇଛି, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି ମନ୍ତ୍ରୀ ।
Comments are closed.