ବେଙ୍ଗାଲୁରୁ: ଅନଲାଇନ କ୍ଲାସ୍ କରୁଥିବା ବେଳେ ଜଣେ ଝିଅ ମୋବାଇଲରେ ନିଜ ବାପା ଓ ତାଙ୍କ ପ୍ରେମିକାର ଅନ୍ତରଙ୍ଗ ଭିଡିଓ ଦେଖିବାକୁ ପାଇଛି। ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକରେ।
ଏନେଇ ଝିଅ ନିଜ ମାଆଙ୍କୁ କହିବା ପରେ ସ୍ବାମୀଙ୍କ ଠାରୁ ଅଲଗା ହେବାକୁ ଚାହିଁଛନ୍ତି ସେ। ଏହାପରେ ମାଣ୍ଡିଆ ଜିଲ୍ଲାର ପୋଲିସ ଏବଂ ଅନ୍ୟ ମହିଳା ସଂଗଠନ ଏହି ବିବାଦର ସମାଧାନ ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି।
ଏହି ଦମ୍ପତି ଦୀର୍ଘ ୧୮ ବର୍ଷ ଧରି ବିବାହ କରିଥିବା ବେଳେ ସେମାନଙ୍କର ୧୫ ଏବଂ ୧୭ ବର୍ଷ ବୟସର ଦୁଇଟି ସନ୍ତାନ ରହିଛନ୍ତି। ତେବେ ଉକ୍ତ ଭିଡିଓରେ ଥିବା ମହିଳା ଜଣକ ଜଣେ ସମ୍ପର୍କୀୟ ବୋଲି ଜଣାପଡିଛି।
ଯଦି ସେ ବିନା ଅନୁମତିରେ ଭିଡିଓ ସୁଟ୍ କରିଥିବେ ତଥା ଏହାକୁ ଅନ୍ୟମାନଙ୍କ ନିକଟକୁ ପଠାଇଥିବେ, ତାହେଲେ ଉକ୍ତ ବ୍ୟକ୍ତି ବିରୋଧରେ ଆଇଟି ଆକ୍ଟ ୨୦୦୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
Comments are closed.