Latest Odisha News

BREAKING NEWS

ଇଣ୍ଟରନେଟ୍‌ରେ ଭାଇରାଲ୍ ପୌରଷପୁର ଟ୍ରେଲର୍‌

ମୁମ୍ବାଇ: ସାମ୍ନାକୁ ଆସିଛି ବହୁଚର୍ଚ୍ଚିତ ୱେବ୍ ସିରିଜ୍ ପୌରଷପୁର‌ର ଟ୍ରେଲର୍ । ଅଭିନେତା ଅନୁ କାପୁରଙ୍କ କ୍ୟାରେକ୍ଟର ରାଜା ଭଦ୍ରପ୍ରତାପ ସିଂଙ୍କଠାରୁ ଏହାର ଟ୍ରେଲର୍ ଆରମ୍ଭ ହୋଇଛି । ଏହି ୱେବ୍ ସିରିଜରେ ଶିଳ୍ପା ସିନ୍ଦେ, ସାହିର ସେଖ, ଅନନ୍ତ ଜୋଶୀ, ପୌଲମୀ ଦାସ ଓ ସାହିଲ୍ ସଲାଠିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

BjdElectrycity

କାହାଣୀ ଅନୁଯାୟୀ ଅନୁ କାପୁର ଓରଫ ରାଜା ଭଦ୍ରପ୍ରଦାପ ସିଂ ମହିଳା ଓ ଯୁବତୀଙ୍କୁ ଏକ ଉପଭୋଗ୍ୟ ସାମଗ୍ରୀ ରୂପେ ବ୍ୟବହାର କରିଛନ୍ତି । ପ୍ରତିଶୋଧ, ପ୍ରେମ ଓ କାମନା ଭଳି ଟୁଇଷ୍ଟକୁ ନେଇ ଏହାର ଟ୍ରେଲର୍ ଖୁବ ଆକର୍ଷଣୀୟ ହୋଇପାରିଛି । ୧୬୦୦ ଶତାବ୍ଦୀରେ ଭାରତର ଏକ ସାମ୍ରାଜ୍ୟ ଉପରେ ଏହାର କାହାଣୀ ଆଧାରିତ । ତେବେ ରାଣୀ ଭାବେ କେବଳ ଶିଳ୍ପା ସିନ୍ଦେ ହିଁ ଅନୁ କାପୁରଙ୍କୁ ଚ୍ୟାଲେଂଜ କରିବାରେ ନଜର ଆସିବେ ।

 

View this post on Instagram

 

A post shared by ALTBalaji (@altbalaji)

ଖାସ୍ କରି ମିଲିନ୍ଦ ସୋମନଙ୍କ କିନ୍ନର ଯୋଦ୍ଧା ଅବତାରକୁ ଦେଖିବା ଲାଗି ଦର୍ଶକ ଏହି ୱେବ୍ ସିରିଜର ରିଲିଜ୍ ଡେଟ୍‌କୁ ଚାହିଁ ବସିଛନ୍ତି । ସଚ୍ଚିନ୍ଦ୍ରା ବତ୍ସଙ୍କ ଦ୍ୱାରା ନିର୍ଦ୍ଦେଶିତ ପୌରୁଷପୁର୍ ଓଟିଟି ପ୍ଲାଟଫର୍ମ ALTBalaji ଓ ZEE5ରେ ଚଳିତମାସ ୨୯ ତାରିଖରେ ରିଲିଜ ହେବ ।

Leave A Reply

Your email address will not be published.