ହାଇଦ୍ରାବାଦ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବାଳକ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ମୁହଁରେ ଏକ ବାଣ ରଖିବା ସହ ନିଆଁ ଲଗାଇ ଦୌଡି ପଳାଇ ଯାଉଥିବାର ଦେଖାଯାଉଛି।
ତେବେ ଭିଡିଓ ରେକର୍ଡିଂ କରୁଥିବା ବ୍ୟକ୍ତି ମଧ୍ୟ ପଛକୁ ହଟିଯାଇଥିଲେ କିନ୍ତୁ ମୂର୍ତ୍ତିର ପାଟିରେ ବାଣ ଫୁଟାଯିବା ପରେ କ’ଣ ହେଲା ତାହା ଦର୍ଶା ଯାଇନାହିଁ।
ପୋଲିସର ସୂଚନା ଅନୁସାରେ ଚାରି ଜଣ ପିଲା କେବଳ ନିଜର ମନୋରଞ୍ଜନ ପାଇଁ ଏଭଳି କରିଥିଲେ। ବୋବନପାଲି ଏସଆଇ ଶିବଶଙ୍କର କହିଛନ୍ତି ଯେ ପିଲାମାନେ ପୋଲିସ ହେପାଜତରେ ରହିଛନ୍ତି। ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରି ଆଇନଗତ ପଦକ୍ଷେପ ନିଆଯିବ।
ତେବେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ର ଜଣେ ସଦସ୍ୟ ଫେସବୁକରେ ଆଇପିଏସ ଅଧିକାରୀ ସିଭି ଆନନ୍ଦଙ୍କୁ ଟ୍ୟାଗ କରି ସେହି ପିଲାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି, ଜାତିର ପିତାଙ୍କୁ ଅପମାନ କରିବା ଆଜି କାଲି ଏକ ଫ୍ୟାଶନରେ ପରିଣତ ହୋଇଗଲାଣି।
Comments are closed.